fbpx

ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ଆତଙ୍କ: ଡଗ ସ୍କ୍ୱାଡ ସହାୟତାରେ ହେଲା ଖୁଲାସା, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଙ୍ଗଳବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଖେଳି ଯାଇଥିଲା ଆତଙ୍କ । ବିମାନ ବନ୍ଦର ଟର୍ମିନାଲରେ ଏକ ଧଳା ଜରି ରହିଥିବା ବେଳେ ଏହା ମଧ୍ୟରେ କିଛି ବିସ୍ଫୋରକ ରହିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏପରିକି ଡଗ ସ୍କ୍ୱାଡ ପକ୍ଷରୁ ମଧ୍ୟ ତଦନ୍ତ କରାଯାଇଥିଲା । ଟ୍ରଲି ଷ୍ଟାଣ୍ଡ ନିକଟରେ ଏକ ଟ୍ରଲିରେ ରଖାଯାଇଥିଲା ଏକ ଧଳା ରଙ୍ଗର ପ୍ଲାଷ୍ଟିକ୍ ବ୍ୟାଗ୍ । ପ୍ୟାକେଟ୍ ଦେଖି ଭୟଭୀତ ସୁରକ୍ଷାକର୍ମୀ ସଙ୍ଗେ ସଙ୍ଗେ ବମ ସ୍କ୍ୱାଡ ଡକାଇଥିଲେ ।

ବମ୍ ସ୍କ୍ୱାଡ ଆସିବା ପରେ କୁକୁରଟି ଶୁଙ୍ଘିବା ପରେ ପ୍ୟାକେଟରେ ବିସ୍ଫୋରକ ନଥିବା ସ୍ପଷ୍ଟ ହୋଇଥିଲା । ଏହା ପରେ ପ୍ୟାକେଟ ଖୋଲିବାରୁ ଏହା ମଧ୍ୟରୁ ବାହାରିଥିଲା ରସଗୋଲା । କେହି ଯାତ୍ରୀ ବୋଧ ହୁଏ ପ୍ୟାକେଟଟିକୁ ଭୁଲରେ ଛାଡି ପଳାଇଥିଲେ । ବୋମା ବଦଳରେ ରସଗୋଲା ବାହାରିବା ପରେ ସୁରକ୍ଷା କର୍ମୀ ସାମାନ୍ୟ ଆଶ୍ୱସ୍ତ ହୋଇ ଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.