fbpx

ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତ ଜିତିଲା ତୃତୀୟ ପଦକ: ୧୦୦ ମିଟର T୩୫ ରେସରେ ପ୍ରୀତି ପାଲଙ୍କୁ ସଫଳତା

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ପୁଣି ଏକ ବଡ଼ ସଫଳତା । ଭାରତ ଜିତିଛି ତୃତୀୟ ପଦକ । ପୂର୍ବରୁ ଭାରତ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂରେ ଦୁଇଟି ପଦକ ଜିତିଥିବା ବେଳେ ଏବେ ଜିତିଛି ପୁଣି ଆଉ ଏକ ପଦକ । ୧୦୦ ମିଟର ଟି୩୫ ରେସରେ ଭାରତୀୟ ଧାବିକା ପ୍ରୀତି ପାଲ ନିଜର ପ୍ରଥମ ପାରାଅଲିମ୍ପିକ୍ସ ପଦକ ଭାବେ ବ୍ରୋଞ୍ଜ ଜିତିଛନ୍ତି । ୧୪.୨୧ ଟାଇମିଂରେ ରେସ ସମାପ୍ତ କରି ପ୍ରୀତି ଏହି ସଫଳତା ହାସଲ କରିଛନ୍ତି । ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ (ଏସଏଚ୧) ଇଭେଣ୍ଟରେ ଅବନୀ ଲେଖରା ସ୍ୱର୍ଣ୍ଣ ଜିତିଥିବା ବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ଜିତିଥିଲେ ।

ସୂଚନାଯୋଗ୍ୟ ଯେ, ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପ୍ୟାରାଅଲିମ୍ପିକ୍ସର ୧୭ତମ ସଂସ୍କରଣ ଅଗଷ୍ଟ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ରେ ସମାପ୍ତ ହେବ । ମୋଟ ୧୬୯ଟି ରାଷ୍ଟ୍ରର ୪,୪୦୦ ଜଣ କ୍ରୀଡ଼ାବିତ୍ ଏହି ଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି । ଚଳିତ ଥର ୮୪ ଜଣ ଭାରତୀୟ ପ୍ରତିଯୋଗୀ ୧୨ଟି କ୍ରୀଡ଼ା ବିଭାଗରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ । ମୋଟ ୩୨ ଜଣ ଭାରତୀୟ ମହିଳା ଖେଳାଳି ଏଥିରେ ଅଂଶଗ୍ରହଣ କରୁଛନ୍ତି । ୮୪ ଜଣଙ୍କ ମଧ୍ୟରୁ ୫୦ ଜଣ ଆଥଲେଟିକ୍ସ ଟପ୍ସ (ଟାର୍ଗେଟ ଅଲିମ୍ପିକ୍ସ ପୋଡିୟମ ସ୍କିମ)ର କୋର ତାଲିକାରେ ସାମିଲ ହୋଇଥିବାରୁ ଭାରତ ଏଥର ଅଧିକ ପଦକ ଜିତିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.