fbpx

ହେ ଭଗବାନ୍! ଏହି ନିଆରା ଗାଁରେ ପ୍ରତ୍ୟେକ ବିଦେଶୀ ମହିଳା ହେବାକୁ ଚାହାଁନ୍ତି ଗର୍ଭବତୀ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତରେ ଏପରି ଅନେକ ଗାଁ ରହିଛି, ଯାହାକି କିଛି ଖାସ୍ କାରଣ ପାଇଁ ପ୍ରସିଦ୍ଧ । ଏହି ଗାଁଗୁଡିକ ବିଷୟରେ ଅନେକ ଜିନିଷ ଅଛି, ଯାହା ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଯେପରି ଅନେକ ଗାଁ ଏଷତ ସୁନ୍ଦର ଯେ, ତାକୁ ଦେଖିବା ଦ୍ୱାରା ଆମେ ଆକର୍ଷିତ ହୋଇଥାଉ । ସେହିପରି ଅନେକ ଏପରି ଗାଁ ମଧ୍ୟ ରହିଛି, ଯାହାକୁ ଦେଖିବା ଅତ୍ୟନ୍ତ ଭୟାନକ ଏବଂ ସମସ୍ତେ ଭାବନ୍ତି ଯେ ସେମାନଙ୍କଠାରୁ ଦୂରରେ ରହିବା ଭଲ । କିନ୍ତୁ ଆପଣ ଜାଣନ୍ତି କି ଆମ ଭାରତରେ ମଧ୍ୟ ଏପରି ଏକ ଗାଁ ଅଛି , ଯେଉଁଠାରେ ୟୁରୋପର ଝିିଅମାନେ ଗର୍ଭବତୀ ହେବାକୁ ଏଠାକୁ ଆସନ୍ତି ।

ଶୁଣିବାକୁ ଏହି କଥାଟି ଅଜବ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ । ଆମେ କାର୍ଗିଲଠାରୁ ୭୦ କିଲୋମିଟର ଦୂରରେ ଅବସ୍ଥିତ ଆର୍ଯ୍ୟନ୍ ଭ୍ୟାଲି ଗାଁ ବିଷୟରେ କହୁଛୁ । ପ୍ରାୟତଃ ୟୁରୋପର ମହିଳାମାନେ ଏଠାକୁ ବୁଲିବାକୁ ନୁହେଁ ବରଂ ଏଠାକାର ପୁରୁଷମାନଙ୍କଠାରୁ ଗର୍ଭବତୀ ହେବାକୁ ଆସିଥାନ୍ତି । ବର୍ତ୍ତମାନ ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସିଛି ଯେ, ଏହି ଗାଁରେ କ’ଣ ଅଛି ଯାହା ୟୁରୋପର ମହିଳାମାନଙ୍କୁ ଆକର୍ଷିତ କରୁଛି? ଏହାର ଉତ୍ତର ହେଉଛି ବ୍ରୋକପା ଜନଜାତିର ଲୋକ … ଯେଉଁମାନଙ୍କ ବିଷୟରେ କୁହାଯାଏ କି କି ଏହି ଲୋକମାନେ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍ ସେନାର ବଂଶଧର ।

ଏବେ ଏହା ଏକ ବ୍ୟବସାୟ ପରି ଚାଲିଛି :-
ଯେତେବେଳେ ପରାଜୟ ପରେ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍ ଭାରତ ଛାଡୁଥିଲେ, ସେତେବେଳେ ତାଙ୍କର ସେନାର କିଛି ଅଂଶ ଭାରତରେ ରହିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ କେବଳ ତାଙ୍କ ବଂଶଜ ଏହି ଗ୍ରାମରେ ବାସ କରୁଛନ୍ତି । ବର୍ତ୍ତମାନ ୟୁରୋପର ମହିଳାମାନେ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟର ସ ଗ୍ଦକ୍ଟକ୍ଷୟସରକ୍ସଗ୍ଦ ସେନାମାନଙ୍କ ପରି ଏକ ଶିଶୁର ଇଚ୍ଛା ସହିତ ଏହି ଗାଁକୁ ଆସନ୍ତି । ସେ ଏହି ଆଶାରେ ଏଠାରେ ରହୁଥିବା ପୁରୁଷମାନଙ୍କ ସହିତ ମହିଳାମାନେ ସମ୍ପର୍କ ସ୍ଥାପନ କରନ୍ତି । ଯାହାଫଳରେ ସେମାନଙ୍କର ପିଲାମାନଙ୍କର ମଧ୍ୟ ସେନାମାନଙ୍କ ପରି ଉଚ୍ଚତା, ନୀଳ ଆଖି ଏବଂ ଶକ୍ତିଶାଳୀ ଶରୀର ହେବ ।

ଏହାର ପ୍ରତିବଦଳରେ ଏହି ୟୁରୋପୀୟ ମହିଳାମାନେ ସେଠାରେ ଥିବା ପୁରୁଷମାନଙ୍କୁ ଟଙ୍କା ଦିଅନ୍ତି ଏବଂ କାର୍ଯ୍ୟ ସରିବା ପରେ ସେମାନେ ନିଜ ଦେଶକୁ ଫେରିଯାଆନ୍ତି । ଏହି ସବୁ ଜିନିଷ ଏତେ ଦିନ ଧରି ଚାଲିଆସୁଛି ଯେ ଆଜି ଏହା ଏଠାରେ ଥିବା ଲୋକଙ୍କ ପାଇଁ ଏକ ବ୍ୟବସାୟ ପରି ହୋଇଯାଇଛି । ବିଦେଶୀ ମହିଳାମାନେ ସେନାଙ୍କ ପରି ପିଲା ପାଇବା ଇଚ୍ଛାରେ ଏଠାକୁ ଆସନ୍ତି ।

Get real time updates directly on you device, subscribe now.