fbpx
BSKY SKY
BSKY SKY

୧୬ ଫୁଟ ଗଛରେ ରହିଲେ ଗର୍ଭବତୀ; ତଳେ ଫୁଲୁଥିଲା ନଈ

BSKY

ନୂଆଦିଲ୍ଲୀ: କଥାରେ ଅଛି ବୁଡ଼ିଯାଉଥିବା ଲୋକକୁ କୁଟାଖିଅ ଭରସା । ଆଉ ଏହା ସତ ପାଲଟିଯାଇଛି ଏକ ପରିବାର ପାଇଁ । ଘଟଣା ଦେଖିବାକୁ ମିଳଛି ମଧ୍ୟ ପ୍ରଦେଶର ବିଦିଶାରେ । ଯେଉଁଠାରେ ଜୀବନ ରକ୍ଷା ପାଇଁ ଗଛ ପାଲଟିଗଲା ସାହାରା । ଗଛ ଉପରେ ଦୁଇଟି ପରିବାର ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ୟାରୁ ବଞ୍ଚିବା ପାଇଁ ଫସିରହିଥିଲେ । ଖାସ କଥା ହେଉଛି ଗଛରେ ଚଢ଼ିଥିବା ଲୋକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମଧ୍ୟ ରହିଥିଲେ । ଗର୍ଭବତୀ ମହିଳାଙ୍କ ଯୋଗୁଁ ପରିବାର ଗାଁ ଛାଡ଼ି ସୁରକ୍ଷିତ ସ୍ଥାନକୁ ଯାଇପାରିନଥିଲେ । ସୋମନଙ୍କୁ ସାହାଯ୍ୟ କରିବା ଅନ୍ୟ ପରିବାର ମଧ୍ୟ ତାଙ୍କ ସହ ରହିଥିଲେ । ଉଭୟ ପରିବାର ବନ୍ୟା ଫଳରେ ଫସିଯାଇଥିଲେ । ତେବେ ପରଦିନ ସକାଳେ ଏନଡିଆରଏଫ ଟିମ ସେମାନଙ୍କୁ ଉଦ୍ଧାର କରିଥିଲେ ।

ଘଟଣା ଅନୁଯାୟୀ ବିଦିଶାର ସିରୋଜରେ କ୍ୟାଥନ ନଦୀରେ ବନ୍ୟା ଆସିଥିଲା ଫଳରେ ନଦୀ କୂଳରେ ଥିବା ଗାଁ ରନିଆ ଗାଁର ଲୋକମାନେ ଗାଁ ଛାଡ଼ିଥିଲେ । ହେଲେ ଗୌରବ ଏବଂ ତାଙ୍କୁ ଭାଇ ଛୋଟୁଙ୍କ ପରିବାର ଏହି ବନ୍ୟାରେ ଫସିଯାଇଥିଲେ । ଗୌରବଙ୍କ ପତ୍ନୀ ଗର୍ଭବତୀ ଥିବାରୁ ସମୟରେ ଗାଁ ଛାଡ଼ିପାରିନଥିଲେ । ସେମାନଙ୍କୁ ସାହଯ୍ୟ କରିବା ପାଇଁ ତାଙ୍କ ସାନଭାଇ ଛୋଟୁ ଓ ତାଙ୍କ ପରିବାର ମଧ୍ୟ ସେଠାରେ ତାଙ୍କ ସହ ରହିଥିଲେ । ସେପଟେ ବନ୍ୟା ପାଣି ଗାଁ ଭିତରକୁ ପସିସାରିଥିଲା ।

ଏମିତିରେ ନିଜ ଜୀବନ ବଞ୍ଚାଇବା ପାଇଁ ଗୌରବ ନିଜ ପତ୍ନୀ ଏବଂ ଦୁଇ ପୁଅଙ୍କୁ ଗଛରେ ଚଢ଼ାଇ ଦେଇଥିଲେ ତାଙ୍କ ସହ ତାଙ୍କୁ ଛୋଟ ଭାଇ ଏବଂ ତାଙ୍କ ପରିବାର ମଧ୍ୟ ସେହି ଗଛରେ ଚଢ଼ିଥିଲେ । ଏହା ପରେ ଉଭୟ ପରିବାର ସାହାଯ୍ୟ ପାଇଁ ବାଟ ଚାହିଁ ବସିଥିଲେ । ଘଟଣା ବିଷୟରେ ଜାଣିବା ପରେ ପୂର୍ବ ସରପଞ୍ଚ ରାଜଶେ ବଘେଲ ସିରୋଜ ବିଧାୟକ ଏବଂ କୁରବାଇ ବିଧାୟକଙ୍କୁ ସୂଚନା ଦେଇଥିଲେ । ପ୍ରଶାସନ ଏୟାର ଲିଫ୍ଟ କରିବାର ଆଦେଶ ଦେଇଥିଲେ କିନ୍ତୁ ଅଧିକ ଅନ୍ଧାର ଏବଂ ପାଗ ଖରାପ ହେବା କାରଣରୁ ହେଲିକପ୍ଟର ସାହଯ୍ୟ ପାଇଁ ପହଞ୍ଚିପାରିନଥିଲା । ଫଳରେ ଗୌରବ ଏବଂ ତାଙ୍କ ପରିବାରଙ୍କ ପାଖରେ ଗଛ ଉପରେ ରାତି କାଟିବା ଛଡ଼ା ଅନ୍ୟ କିଛି ଉପାୟ ନଥିଲା । ଉଭୟ ପରିବାର ସାହସର ସହ ଗଛ ଉପରେ ରାତି କାଟିଥିଲେ । ସକାଳେ ଉଦ୍ଧାର କାରୀ ଦଳ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.