fbpx

ବିବାହିତ ମହିଳାଙ୍କୁ ଆଇ ଲଭ ୟୁ ଚିଠି ଲେଖି ହଟହଟା ହେଲେ ୫୪ ବର୍ଷୀୟ ଅଙ୍କଲ; ୨୦୧୧ର ମାମଲା ଉପରେ କୋର୍ଟଙ୍କ ରାୟ

ମୁମ୍ବାଇ: କୌଣସି ବିବାହିତ ମହିଳାଙ୍କ ଉପରକୁ ‘ଆଇ ଲଭ ୟୁ’ ଲେଖି କିମ୍ବା ଲଭ ଲେଟରେ ଫିଙ୍ଗିବା କିମ୍ବା କବିତ, ସାଏରୀ ଲେଖି ପିଙ୍ଗିବା ଅପରାଧ ବୋଲି ବିବେଚନା କରାଯିବ । ଏମିତି କରିବା ଦ୍ୱାରା ଦୁଷ୍ମର୍ମ କିମ୍ବା ଉତ୍ପୀଡ଼ନର ମାମଲା ହୋଇପାରେ । ମହାରାଷ୍ଟ୍ରରର ଅକେଲା ଜିଲ୍ଲାରେ ୨୦୧୧ରେ ହୋଇଥିବା ଏକ ଘଟଣା ଉପରେ ଶୁଣାଣି କରି ହାଇକୋର୍ଟର ନାଗପୁର ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ୪୫ ବର୍ଷୀୟ ମହିଳାଙ୍କ ସହ ଅଶ୍ଲୀଳ ବ୍ୟବହାର କରିବା ସହ ଧମକ ଦେବା ଅଭିଯୋଗରେ ଜଣେ ୫୪ ବର୍ଷୀୟ ପୁରୁଷଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

ମହିଳାଙ୍କ ସହ ଦୁଷ୍କର୍ମ କିମ୍ବା ଉତ୍ପୀଡ଼ନ ମାମଲାରେ ଆରୋପୀଙ୍କ ବିରୋଧରେ ଧାରା ୩୫୪ ଅନୁଯାୟୀ ମାମଲା ରୁଜୁ ହୋଇଥାଏ ।  ଦୋଷ ପ୍ରମାଣ ହେଲେ ଜେଲ କିମ୍ବା ଜରିମାନା କିମ୍ବା ଉଭୟର ଦଣ୍ଡ ମିଳିଥାଏ ।

ଅକେଲା ଜିଲ୍ଲାରେ ୨୦୧୧ ରେ ଏହି ଘଟଣା ଉପରେ ନାଗପୁର ଖଣ୍ଡପୀଠରେ ଶୁଣାଣି ହୋଇଥିଲା । ୪୫ ବର୍ଷୀୟ ମହିଳାଙ୍କ ଉତ୍ପୀଡ଼ନ କରିବା ସହ ତାଙ୍କୁ ଧମକ ଦେବାର ଅଭିଯୋଗ ଜଣେ ୫୪ ବର୍ଷୀୟ ପୁରୁଷଙ୍କ ଉପରେ ରହିଥିଲା । ପିଡ଼ୀତା ମହିଳା ବିବାହିତା ଅଟନ୍ତି । ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛନ୍ତି । ଅଭିଯୁକ୍ତ ଜଣକ ପିଡୀତାଙ୍କୁ ଏକ ଲଭ ଲେଟର ଦେଇଥିଲେ । ପୀଡିତା ସେହି ଲଭ ଲେଟର ନେବାକୁ ମନା କରିଦେଇଥିଲେ । ବିବାହିତା ଜଣକ ମନା କରିବାପରେ ଅଭିଯୂକ୍ତ ଜଣକ ଲଭଲେଟରକୁ ତାଙ୍କ ଉପରକୁ ପକାଇଥିଲେ ଏବଂ ଆଇ ଲଭ ୟୁ କହିଥିଲେ । ଏହା ସହ ଏହି କଥା କାହାକୁ ନକହିବା ପାଇଁ ଧମକ ଦେଇଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବିବାହିତା ମହିଳାଙ୍କ ଶରୀର ଉପରକୁ ପ୍ରେମ କବିତା କିମ୍ବା ଶାଏରୀ ଲେଖା ଥିବା କୌଣସି ଚିଠି ଫିଙ୍ଗିବା ଯୌନ ଉତ୍ପୀଡ଼ନ ଏବଂ ଦୁଷ୍କର୍ମ ବୋଲି ବିବେଚନା କରାଯିବ । କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ କୋର୍ଟ ଅଭିଯୁକ୍ତଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ୧୦, ୦୦୦ ଟଙ୍କା ଜୋରିମାନା କରିଛନ୍ତି।

Get real time updates directly on you device, subscribe now.