fbpx

କଟକରୁ ୧କୋଟିର ବ୍ରାଉନ ସୁଗର ଜବତ

କଟକ (ଓଡ଼ିଶା ଭାସ୍କର):ଗତକାଲି ଅପରାହ୍ନ ରେ ସ୍ପେଶାଲ ସ୍କୱାର୍ଡ ଓ ଲାଲବାଗ ଥାନା ମିଳିତ ଚଢ଼ାଉ କରି ୧ କିଲୋ ୧୪୯ ଗ୍ରାମ (ଆନୁମାନିକ ମୂଲ୍ୟ-୧କୋଟି ରୁ ଉର୍ଦ୍ଧ୍ବ ) ମୂଲ୍ୟର ବ୍ରାଉନ ସୁଗର ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଛନ୍ତି। ଏହି ୬ ଜଣଙ୍କ ମଧରୁ ୪ଜଣ ଜଗତସିଂହପୁର ର ହୋଇଥିବା ବେଳେ ଜଣେ ପୁରୀ ଓ ଅନ୍ୟ ଜଣକ କଟକ ର ବାସିନ୍ଦା ବୋଲି ଆଜି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦୈତ୍ୟ ନଗରୀ ଆରକ୍ଷୀ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଏହି ବ୍ରାଉନ ସୁଗର ଜଳେଶ୍ବର ରୁ ଆସି ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଆଦି ଜିଲ୍ଲାକୁ ଚାଲାଣ ହେବାର ଯୋଜନା ହୋଇଥିଲା ବୋଲି ଜଣାପଡିଛି। ଏହାକୁ ମିଶାଇ ଗତ ପାଞ୍ଚ ମାସରେ ୪କିଲୋ ୨୫୦ ଗ୍ରାମ ବ୍ରାଉନ ସୁଗର ଜବତ ହେଲାଣି।

Get real time updates directly on you device, subscribe now.