fbpx

ସିନ୍ଧୁଙ୍କ ପାଇଁ ଆଇସକ୍ରିମ୍ ଓ ନୀରଜଙ୍କୁ ଚୁରମା; ଟ୍ରିଟ ଦେବେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ପଦକ ବିଜେତାଙ୍କୁ ସମ୍ମାନିତ କରିବା ଅବସରରେ ବଡ ଘୋଷଣା କରିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ଆଥଲେଟିକ୍ସରେ ନୀରଜ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି ପଦକ ମରୁଡି ଶେଷ କରିଥିବା ବେଳେ ସିନ୍ଧୁ ପ୍ରଥମ ମହିଳା ଭାବରେ ଦୁଇଟି ଅଲିମ୍ପିକ ପଦକର ଗୌରବ ହାସଲ କରିଥିଲେ ।

ପଦକ ବିଜୟ ପରେ ସିନ୍ଧୁ ଆଇସକ୍ରିମ ଖାଇବାର ଇଚ୍ଛା ଜାହିର କରିଥିବା ବେଳେ ନୀରଜ ଚୁରମା ଖାଇବାର ଇଚ୍ଛା ଜାହିର କରିଥିଲେ । ଉଭୟ ପଦକ ବିଜେତାଙ୍କୁ ସମ୍ମାନିତ କରିବା ଅବସରରେ ଅନୁରାଗ ଠାକୁର ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ । ତେବେ ବର୍ତ୍ତମାନ ନୀରଜ ଓ ସିନ୍ଧୁଙ୍କୁ ସେମାନଙ୍କ ପସନ୍ଦର ଖାଇବା ଦେଇ ପାରୁ ନାହୁଁ, ମାତ୍ର ପରବର୍ତ୍ତୀ ସମୟରେ ଉଭୟଙ୍କୁ ଟ୍ରିଟ ଦେବାର ପ୍ରତିଜ୍ଞା କରିଥିଲେ ଅନୁରାଗ । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟୁଥିବା ବେଳେ ଟ୍ରିଟ ଦେବାର ପ୍ରତିଶ୍ରୁତି ଦେଇଥିଲେ ଅନୁରାଗ ।

Get real time updates directly on you device, subscribe now.