fbpx

ଗର୍ଭବତୀ ଥିବା ସମୟରେ ମହିଳାମାନେ କରନ୍ତୁନି ଏପରି ଭୁଲ: ନଚେତ୍ ଭୋଗିପାରନ୍ତି ସମସ୍ୟା

ଗର୍ଭାବସ୍ଥା ଏପରି ଏକ ସମୟ, ଯେତେବେଳେ ଜଣେ ମହିଳା ନିଜ ପେଟରେ ନୂଆ ଜୀବନକୁ ପାଳିଥାନ୍ତି । ଏହି ସମୟରେ ମହିଳାଙ୍କ ମନରେ ପ୍ରସନ୍ନତା ରହିଥାଏ ଏହା ସହ ତାଙ୍କୁ ଅନେକ ଅସୁବିଧାର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ । ଗର୍ଭାବସ୍ଥା ସମୟରେ ପିଲାର ସ୍ୱାସ୍ଥ୍ୟ ଏବଂ ଜୀବନ ମା’ ଉପରେ ନିର୍ଭର ରହିଥାଏ । ମହିଳା ଯାହା ଖାଇଥାନ୍ତି ଏବଂ ଯେଉଁଭଳି ବ୍ୟବହାର କରିଥାନ୍ତି ତାହାର ପ୍ରଭାବ ପଡ଼ିଥାଏ ପିଲା ଉପରେ । ଏଥିପାଇଁ ଗର୍ଭବସ୍ଥାରେ ମହିଳାଙ୍କୁ କିଛି ଏମିତି କାମ ନ କରିବା ଦରକାର ନହେଲେ ଅସୁବିଧା ବଢ଼ିପାରେ ।

୧. ଗର୍ଭାବସ୍ଥା ସମୟରେ ମହିଳାଙ୍କୁ କୌଣସି ବି ଭାରି କାମ ନ କରିବା ଦରକାର । ସାଧାରଣତଃ ଗର୍ଭବତୀ ମହିଳା ଗର୍ଭାବସ୍ଥା ସମୟରେ କାମ କରିବା ପାଇଁ ଝାଡୁ ମାରିବା ଭଳି ହାଲୁକା କାମ କରିଥାନ୍ତି ଏବଂ ଏହି ସମୟରେ ବିଭିନ୍ନ ଆସବାବପତ୍ର ତଥା ଫର୍ଣ୍ଣିଚରକୁ ଘଞ୍ଚାଇବାକୁ ପ୍ରୟାସ କରିଥାନ୍ତି । ତେବେ ଏମିତି କରିବା ଦ୍ୱାରା ପିଲା ଉପରେ ପ୍ରଭାବ ପଡ଼ିିପାରେ । ତେଣୁ ଏଭଳି ଭାରି କାମ ନ କରିବା ଦରକାର ।

୨. ଗର୍ଭାବସ୍ଥା ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇ ନ ରହିବା ଦରକାର । ଗର୍ଭାବସ୍ଥା ସମୟରେ ପିଲାର ଓଜନ ବଢ଼ିଥାଏ ତେଣୁ ଅନେକ ସମୟ ଧରି ଗର୍ଭବତୀ ଛିଡ଼ା ହେବା ଦ୍ୱାରା ପେଟ ଉପରେ ପ୍ରଭାବ ପଡ଼ିଥାଏ । ଏମିତିରେ ଅଧିକ ସମୟ ଠିଆ ହେବା ଦ୍ୱାରା ଗୋଡ଼ ଏବଂ ଅଣ୍ଟାରେ କଷ୍ଟ ଅନୁଭବ ହୋଇଥାଏ । ତେଣୁ ଗର୍ଭବତୀ ମହିଳା ଲଗାତାର ଛିଡ଼ା ନହୋଇ ମଝିରେ ମଝିରେ ବସିଯିବା ଆବଶ୍ୟକ ।

୩. ଗର୍ଭବସ୍ଥା ସମୟରେ ମହିଳାଙ୍କୁ ନଇଁବା ପାଇଁ ମନା କରାଯାଏ । ଏଥିପାଇଁ ଝାଡ଼ୁ କରିବା, ଲୁଗା ଧୋଇବା ଭଳି କାମ କରିବାକୁ ମନା କରାଯାଇଥାଏ । ଏହା ସହ ଯଦି କୌଣସି କାମ କରିବା ସମୟରେ କଷ୍ଟ ଅନୁଭବ କରୁଛନ୍ତି ତେବେ ତୁରନ୍ତ ସେହି କାମ କରିବା ବନ୍ଦ କରନ୍ତୁ ।

୪. ଏହି ସମୟରେ ଷ୍ଟୁଲ କିମ୍ବା ସିଢିରେ ଚଢ଼ନ୍ତୁ ନାହିଁ । ସାଧାରଣତଃ ଗର୍ଭାବସ୍ଥାରେ ଶରୀରର ଓଜନ ବଢ଼ିଯାଇଥାଏ । ଏମତିରେ ଯଦି ଆପଣଙ୍କ ଶରୀର ସନ୍ତୁଳନ ବିଗିଡ଼ିଯାଏ ଏହାର ପ୍ରଭାବ ମା’ ଏବଂ ପିଲା ଉପରେ ପଡ଼ିଥାଏ, ଯାହା ବିପଦପୂର୍ଣ୍ଣ ହୋଇପାରେ । ତେଣୁ ଏଭଳି କାମ କରିବାରୁ ଦୂରରେ ରୁହନ୍ତୁ ।

Get real time updates directly on you device, subscribe now.