fbpx
BSKY
BJD MC SKY
BJD YOUTH SKY

ବୟସ ପୂର୍ବରୁ ଦେଖା ଦେଉଛିକି ବାର୍ଦ୍ଧକ୍ୟ: ଏହି ସବୁ ଖାଦ୍ୟ ପ୍ରତି ଦୂରେଇ ରୁହନ୍ତୁ

ପ୍ରତ୍ୟେକ ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କର ଦିନ ବଢିବା ସହ ବୟସ ମଧ୍ୟ ବଢିଥାଏ । ଯାହାକି ଏକ ସାଧାରଣ ଏବଂ ପ୍ରକୃତିକ ଘଟଣା । କିନ୍ତୁ ଆଜିକାଲିର ଖରାପ ଖାଦ୍ୟଅଭ୍ୟାସ ଏବଂ ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ କାରଣରୁ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି । ସେଥିମଧ୍ୟରୁ ବୟସ ପୂର୍ବରୁ ବାର୍ଦ୍ଧକ୍ୟ ସମସ୍ୟା ଏବେ ଅନେକ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ତେବେ ଏହି ବାର୍ଦ୍ଧକ୍ୟ କୁ କିପରି ରୋକାଯାଇ ପାରିବ ସେ ନେଇ ଲୋକେ ଅନେକ ସମୟରେ ଭିନ୍ନ ଉପାୟ ଆପଣାଇ ଥାଆନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ୱାରା ବୟସ ପୂର୍ବରୁ ଆମକୁ ବାର୍ଦ୍ଧକ୍ୟ ଛୁଇଁଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କଣ ସେହି ଖାଦ୍ୟ ।

ବୟସ ପୂର୍ବରୁ ବାର୍ଦ୍ଧକ୍ୟ ଆଣିଥାଏ ଏହି ଖାଦ୍ୟ:

ମିଠା: ଅନେକ ଲୋକ ମିଠା ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମିଠା ଆମ ଶରୀର ଏବଂ ତ୍ୱଚା ପାଇଁ ବହୁତ କ୍ଷତିକାରକ ହୋଇଥାଏ । ମିଠାରେ ଚିନି ,ତେଲ ଏବଂ ଅଟା ଆଦି ଅନେକ ପ୍ରକାରର ସାମଗ୍ରୀ ରହିଥାଏ । ଯାହା ଶରୀର କିମ୍ବା ତ୍ୱଚା ପାଇଁ ସ୍ୱାସ୍ଥ୍ୟକର ହୋଇ ନଥାଏ । ତେବେ ମିଠା ଖାଇବା ଦ୍ୱାରା ବାର୍ଦ୍ଧକ୍ୟ ପ୍ରକ୍ରୀୟା ବଢିଯାଇଥାଏ । ଯାହାଫଳରେ ଆପଣ ବୟସ ତୁଳନାରେ ଅଧିକ ବୁଢା ଦେଖାଯାଇଥାନ୍ତି ।

ରାଗ ଯୁକ୍ତ ଖାଦ୍ୟ: ଯଦି କୌଣସି ବ୍ୟକ୍ତି ଆବଶ୍ୟକତା ଠାରୁ ଅଧିକ ରାଗ ଯୁକ୍ତ ଖାଦ୍ୟ ଖାଉଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ଏବଂ ତ୍ୱଚା ଉଭୟ ପ୍ରତି କ୍ଷତିକାରକ ହୋଇଥାଏ । ଏତତ୍ ବ୍ୟତୀତ ଅଧିକ ରାଗ ଖାଇବା ଦ୍ୱାରା ବାର୍ଦ୍ଧକ୍ୟ ପ୍ରକ୍ରୀୟା ଶୀଘ୍ର ହୋଇଥାଏ । ଏହା ଏଥିପାଇଁ ହୋଇଥାଏ କାରଣ ରାଗ ଶରୀରରେ ଗରମର ମାତ୍ରାକୁ ବୃଦ୍ଧି କରିଥାଏ । ଯାହାଫଳରେ ଝାଳ ଶରୀରରେ ଥିବା ବ୍ୟାକ୍ଟେରିୟା ସହ ମିଶି ତ୍ୱଚା ଜନିତ ସମସ୍ୟା ସୃଷ୍ଟି କରିଥାଏ । ଫଳରେ ଆପଣ ବୟସ ତୁଳନାରେ ଅଧିକ ବୟସ୍କ ଜଣାପଡିଥାନ୍ତି ।

ସୋଢା ବା ଏନର୍ଜି ଡ୍ରୀଙ୍କ: ସୋଢା ଏବଂ ଏନର୍ଜି ଡ୍ରୀଙ୍କସ୍ ମଧ୍ୟ ବୟସ ବଢାଇବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ କାର୍ବୋନେଟ୍ ଏବଂ ଚିନିର ମାତ୍ରା ଅଧିକ ରହିଥାଏ । ଯାହାକି ଶରୀରର କ୍ଷତି କରିବା ସହ ବାର୍ଦ୍ଧକ୍ୟ ଜନୀତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

Get real time updates directly on you device, subscribe now.