fbpx
BSKY
BJD SHG SKY
BJD YOUTH SKY

ରଖେ ହରି ତ ମାରେ କିଏ: ପ୍ଲାଟଫର୍ମରୁ ଖସି ପଡିଲେ ଯୁବକ! ଉପରେ ଚାଲିଗଲା ଟ୍ରେନ, କିନ୍ତୁ…

ନୂଆଦିଲ୍ଲୀ: କଥାରେ ଅଛି ରଖେ ହରି ତ ମାରେ କିଏ । ଭଗବାନ ନ ଚାହିଁଲେ ମୃତ୍ୟୁ ଆସି ପାରିବନି । ଏମିତିକି କିଛି ଲୋକ ମୃତ୍ୟୁକୁ ବି ମାତ୍ ଦେଇ ଖସି ଆସିପାରନ୍ତି । ଠିକ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଦେଶର ରାଜଧାନୀ ଦିଲ୍ଲୀର ଭରଭନା ରେଲୱେ ଷ୍ଟେସନରେ । ଜଣେ ବ୍ୟକ୍ତିଙ୍କ ଉପରେ ଟ୍ରେନ ଚାଲିଯିବା ପରେ ମଧ୍ୟ ସେ ସୁସ୍ଥ ଅବସ୍ଥାରେ ଉଠି ପୁଣି ଛିଡା ହୋଇଛନ୍ତି । ଯାହାକୁ ଦେଖି ଏହି ଲୋକକଥାଟିକୁ ମନେ ପକାଇଛନ୍ତି ଦେଖଣାହାରୀ ।

ସୂଚନା ଅନୁସାରେ, ନୂଆଦିଲ୍ଲୀ-ହାଉଡା ରୁଟରେ ଝଟୱାର ଭରଭନା ରେଲୱେ ଷ୍ଟେସନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କିନ୍ତୁ ହଠାତ୍ ଆଗ୍ରା ସୁପରଫାଷ୍ଟ ଇଣ୍ଟରସିଟି ଏକ୍ସପ୍ରେସ ଅପେକ୍ଷାରେ ଥିବା ଭୋଳା ସିଂ ନାମକ ଜଣେ ବ୍ୟକ୍ତି ଟ୍ରେନଲାଇନରେ ଗଳିପଡିଥିଲେ । ପ୍ଲାଟଫର୍ମ ଏବଂ ରେଳ ଲାଇନ ମଧ୍ୟରେ ଫସିଯାଇଥିଲେ ଭୋଳା । ପ୍ଲାଟଫର୍ମକୁ ଉଠିବା ସମ୍ଭବ ହୋଇ ନଥିଲା ଭୋଳାଙ୍କ ପାଖରେ । ଏହାପରେ ଟ୍ରେନଟି ତାଙ୍କ ଉପର ଦେଇ ଆଗକୁ ଚାଲିଯାଇଥିଲା । ତେବେ ଥରେ ଚିନ୍ତା କରନ୍ତୁ ଏହାପରେ କ’ଣ ହୋଇଥିବ ତାଙ୍କ ଅବସ୍ଥା ।

ସେଠାରେ ଉପସ୍ଥିତ ସମସ୍ତେ ଭାବି ନେଇଥିଲେ ଭୋଳା ଟ୍ରେନ ଚକା ତଳେ ପ୍ରାଣ ହରାଇଥିବେ । କିନ୍ତୁ ଭଗବାନଙ୍କ ଦୟାରୁ ସେମିତି କିଛି ଘଟିନାହିଁ । ଟ୍ରେନଟି ଯାଇ ସାରିବା ପରେ ଭୋଳା ଉଠି ଛିଡା ହୋଇଥିଲେ । ତାଙ୍କ ଦେହରେ ଟିକିଏ ବି ଆଘାତର ଚିହ୍ନ ନଥିଲା । ସୁସ୍ଥ ଅବସ୍ଥାରେ ଉଠି ଭୋଳା ସେଠାରେ ସମସ୍ତଙ୍କୁ ହାତ ଯୋଡି ଧନ୍ୟବାଦ ଦେଇଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଅନେକ ଲୋକ ଅନେକ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି ।

Get real time updates directly on you device, subscribe now.