fbpx

ଟ୍ରେନ ପରେ ବିମାନ ସେବା ନେଇ ପ୍ରସ୍ତୁତି ଆରମ୍ଭ !

ନୂଆଦିଲ୍ଲୀ, ୧୧ା୫: ଟ୍ରେନ ପରେ ବିମାନ ସେବା ଚଳାଚଳ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଗତକାଲି ଦିଲ୍ଲୀ ବିମାନବନ୍ଦରକୁ ବେସାମରିକ ବିମାନ ଚଳାଚଳ ସଚିବ ଯାଇଥିଲେ । ବିମାନ ସେବା ଚଳାଚଳ ପ୍ରସ୍ତୁତିର ସମୀକ୍ଷା ପାଇଁ ଅଧିକାରୀ ଯାଇଥିବା ନେଇ ଜଣାପଡ଼ିଛି । ପ୍ରଥମେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗଲୁରୁକୁ ବିମାନ ଉଡ଼ିପାରେ ବୋଲି ସୂଚନା ରହିଛି । ବିମାନ ଚଳାଚଳ ନେଇ ଏହି ସହର ପାଇଁ ଅନୁମତି ମାଗିଛନ୍ତି ଏୟାରଲାଇନ କମ୍ପାନି । ଏବେ କେବଳ ଡିଜିସିଏର ସବୁଜ ସଙ୍କେତକୁ ଅପେକ୍ଷା ରହିଛି । ସବୁଜ ସଙ୍କେତ ମିଳିବା ପରେ ବିମାନ ଚଳାଚଳ ହେବ । ଆଜି ଅପରାହ୍ନ ୩ଟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବେ । ସେହି ଆଲୋଚନାରେ ଏହି ବିମାନ ଚଳାଚଳ ନେଇ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.