fbpx

ଲକଡାଉନରେ ଓଜନ ବଢ଼ିବାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି? ତେବେ ନିଶ୍ଚିତ ଆପଣାନ୍ତୁ  ଏହି ୫ଟି ଉପାୟ

ଯେତେବେଳେ ଓଜନ କମେଇବାକୁ କଥା ଆସେ ଆପଣଙ୍କୁ ଆପଣଙ୍କ ଭୋଜନର ଥାଳିକୁ ମଧ୍ୟ ଛୋଟ କରିବାକୁ ପଡ଼ିଥାଏ । ତେଣୁ ସାଲାଡ୍, ଫଳ ଏବଂ ପନିପରିବାର ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ ।
ମହାମାରୀ କରୋନା ଭାଇରସ ପାଇଁ ଲୋକମାନେ  ନିଜର ଜୀବନ ଶୈଳି ବଦଳାଇବାର ଦେଖିବାକୁ ମିଳୁଛି । ଏଥିରେ ଲୋକମାନେ ଘରେ ରହିବାକୁ ପସନ୍ଦ କରୁନଥିଲେ ମଧ୍ୟ ଏବେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ବହୁତ ସମୟ ଘରେ ରହିବାରୁ ଲୋକମାନେ ବହୁତ ଖାଇବାକୁ ଲାଗିଲେଣି । ସେ ବାଲକୋନିରେ ହେଉ ବା ଟିଭି ଦେଖିବା ସମୟରେ ହେଉ ସବୁ ସ୍ଥାନରେ ଖାଇବା-ପିଇବା ଜିନିଷ ନିଶ୍ଚିତ ରଖିଥାନ୍ତି ଏବଂ ସବୁବେଳେ ଖାଇବାକୁ ଲାଗିଥାନ୍ତି । ଯେଉଁଥିପାଇଁ ସେମାନଙ୍କର ଓଜନ ବଢ଼ିବାକୁ ଲାଗିଥାଏ । ଆମେ ଆଜି ନେଇ ଆସିଛୁ ଏହି ୫ଟି ସହଜ ଉପାୟ, ଯେଉଁଟାକି ଆପଣାଇଲେ ଆପଣ ସହଜରେ ଆପଣଙ୍କ ଓଜନ କମେଇପାରିବେ ।
୧ ଭୋଜନରେ କିଛି ସମୟ ପୂର୍ବରୁ ପାଣି ପିଅନ୍ତୁ ।
ଯେତେବେଳେ ଆପଣ ଭୋଜନ କରିବାକୁ ବସନ୍ତି ତାର ୧୦ କିମ୍ବା ୧୫ ମିନିଟ ପୂର୍ବରୁ ଏକ ଗ୍ଲାସ ପାଣି ନିଶ୍ଚିତ ପିଅନ୍ତୁ ତାପରେ ଭୋଜନ କରନ୍ତୁ । ପାଣି ଆପଣଙ୍କୁ ବହୁତ୍ ଖାଇବାର ଅଭ୍ୟାସକୁ କମେଇ ଦେବା ସହିତ ଖାଦ୍ୟକୁ ପାଚନ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରେ । ଏହି ଉପାୟ ଆପଣଙ୍କୁ ଓଜନ କମାଇବାରେ ଏବଂ ହୃଷ୍ଠ-ପୃଷ୍ଠ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।
୨ ଆପଣଙ୍କ ଭୋଜନରେ ଫାଇବର୍ ଯୁକ୍ତ ଫଳ ଅଧିକ ମାତ୍ରାରେ ନିଅନ୍ତୁ ।                                                                                                    ଯେଉଁ ଫଳରେ ଫାଇବର୍ ମାତ୍ରା ଅଧିକ ଅଛି, ସେହି ଫଳ ଅଧିକରୁ ଅଧିକ ସେବନ କରନ୍ତୁ । ଏଥିରେ ସାଲାଡ୍, ଫଳ ଏବଂ ପନିପରିବା ମଧ୍ୟ ନେଇପାରନ୍ତି । ଏହା ସେବନ କରିଲେ ଆପଣଙ୍କ ଶରୀରରେ ଆବଶ୍ୟକ କରୁଥିବା ପୋଷଣ ମଧ୍ୟ ମିଳିଥାଏ । ଆପଣ କମ୍ ମାତ୍ରାରେ ଭୋଜନ କରନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ଏହି ନିୟମ ପାଳନ କରନ୍ତୁ । ଏହା ଆପଣଙ୍କ ପାଚନ ପ୍ରକ୍ରିୟାକୁ ଠିକ କରିଥାଏ ।
୩ ଆପଣଙ୍କ ଡାଏଟରେ ପ୍ରୋଟିନଯୁକ୍ତ ଖାଦ୍ୟ ନିଶ୍ଚିତ ଭାବରେ ରଖନ୍ତୁ ।
ଫାଇବର୍ ଭଳି ଆପଣ ପ୍ରୋଟିନଯୁକ୍ତ ଖାଦ୍ୟ ମଧ୍ୟ ଅଧିକ ମାତ୍ରାରେ ସେବନ କରନ୍ତୁ । ଏହା ଆପଣଙ୍କ ଶରୀରରେ ପାଚନରେ ସାହାଯ୍ୟ କରିଥାଏ ଯାହା ଆପଣଙ୍କୁ ଭୋକ ନଲାଗିବାରେ ସାହାଯ୍ୟ କରେ । ପ୍ରୋଟିନଯୁକ୍ତ ଖାଦ୍ୟ ମାଂସପେଶୀ ତିଆରି କରିବାରେ ମଧ୍ୟ ସାହାଯ୍ୟ କରେ । ଏକ୍ସରସାଇଜ୍ କରୁଥିବା ଲୋକମାନେ ପ୍ରୋଟିନଯୁକ୍ତ ଖାଦ୍ୟ ନିଶ୍ଚିତ ଭାବରେ ସେବନ କରିବା ଆବଶ୍ୟକ ।
୪ ଖାଇବା ସମୟରେ ଛୋଟ ଥାଳି ବ୍ୟବହାର କରନ୍ତୁ ।
ଯେତେବେଳେ ଓଜନ କମେଇବାକୁ କଥା ଆସେତ ଆପଣଙ୍କୁ ଆପଣଙ୍କ ଭୋଜନ ଥାଳିକୁ ମଧ୍ୟ ଛୋଟ କରିବାକୁ ପଡ଼ିଥାଏ । କିନ୍ତୁ ସାଲାଡ୍, ଫଳ ଏବଂ ପନିପରିବା ର ଥାଳିକୁ ବଡ଼ କରନ୍ତୁ । ଯଦି ଆପଣ ଥଣ୍ଡାପାଣି ପିଉଛନ୍ତି ତାହେଲେ ଛୋଟ ଗ୍ଲାସ୍ ବ୍ୟବହାର କରନ୍ତୁ , କିନ୍ତୁ ଗ୍ରିନ୍ ଟି ଏବଂ ଫଳ ଆଦିର ଜୁସ କୁ ବଡ଼ ଗ୍ଲାସ ରେ ବ୍ୟବହାର କରନ୍ତୁ ।
୫ ଟିଭି ଦେଖିବା ସମୟରେ ପ୍ୟାକେଟ ବନ୍ଦଥିବା ଜିନିଷ ଆଦୌ ଖାଆନ୍ତୁ ନାହିଁ ।
ଯେତେବେଳେ ଆପଣ ଟିଭି ଦେଖୁଛନ୍ତି କିମ୍ବା ମୋବାଇଲ କିମ୍ବା ଲାପଟପ୍ ରେ କାମ କରୁଛନ୍ତୁ ସେହି ସମୟରେ ପ୍ୟାକେଟ ବନ୍ଦଥିବା ଜିନିଷ ଆଦୌ ଖାଆନ୍ତୁ ନାହିଁ । ପିକ୍ଚର ଦେଖିବା ଏବଂ କାମ କରିବା ସମୟରେ ଆପଣଙ୍କୁ ଜଣାପଡ଼ି ନଥାଏ ଯେ ଆପଣ କେତେମାତ୍ରାରେ ପ୍ୟାକେଟ ବନ୍ଦଥିବା ଜିନିଷ ଖାଉଛନ୍ତି । ତେଣୁ ଏହି ସବୁକୁ ବନ୍ଦ କରନ୍ତୁ । ଯଦି ଆପଣଙ୍କୁ ଭୋକ ଲାଗୁଛିତ ତାହେଲେ କାମ ବନ୍ଦ କରି କିଛି ସମୟ ବ୍ରେକ ନେଇ ଆପଣ ଖାଇପାରିବେ । ଯେତେବେଳେ ଖାଉଛନ୍ତି ତ ଧିରେ-ଧିରେ କରି ଖାଦ୍ୟ ଖାଆନ୍ତୁ ।

Get real time updates directly on you device, subscribe now.