fbpx

ଚିକିତ୍ସା ସମୟରେ ଧୋକାରେ ମହିଳାଙ୍କୁ ଗର୍ଭବତୀ କରୁଥିଲା ଡାକ୍ତର, ୬୦ରୁ ଅଧିକ ଛୁଆର ବାପା

ନେଦରଲ୍ୟାଣ୍ଡର ରିଜସ୍ୱିକ ସହରରେ ଏକ ଫର୍ଟିଲିଟି ବା ପ୍ରଜନନ କ୍ଲିନିକ୍ ଚଳାଉଥିବା ଡାକ୍ତରଙ୍କ ବଡ ଠକେଇର ଖୁଲାସା ହୋଇଛି । ଯଦିଓ ଏହି ଘଟଣାର ଖୁଲାସା ୨୦୧୮ରେ ହୋଇଥିଲା, କିନ୍ତୁ ବର୍ତ୍ତମାନ ଜଣାପଡିଛି କି ଡାକ୍ତର ଜଣକ ପ୍ରତାରଣ କରି ୬୦ଟି ଛୁଆର ପିତା ହୋଇଥିଲେ । କ୍ଳିନିକକୁ ଆସୁଥିବା ମହିଳାଙ୍କୁ ସେମାନଙ୍କ ପତି ନାଁ ଲେଖି ନିଜ ହରମୋନ୍ ଦେଉଥିଲ ଓ ମହିଳାମାନଙ୍କୁ ଗର୍ଭବତୀ କରାଉଥିଲେ । ଡାକ୍ତର କରୱାତ ଉପରେ ଅଭିଯୋଗ ରହିଛି ଯେ, ସେ ବିନା ଅନୁମତିରେ ମହିଳାଙ୍କୁ ନିଜର ହରମୋନରେ ଗର୍ଭବତୀ କରାଉଥିଲେ ଓ ୬୦ରୁ ଅଧିକ ଛୁଆର ବାପା ହୋଇଥିଲେ । ୨୦୧୭ ମସିହାରେ ଜନ ୮୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ କିନ୍ତୁ ଡିଏନ ପରୀକ୍ଷା ପରେ କ୍ଲିନିକକୁ ଆସିଥିବା ମହିଳାମାନେ ଜାଣିବାକୁ ପାଇଲେ କି, ସେମାନଙ୍କ ସନ୍ତାର ପିତା ସେମାନଙ୍କ ସ୍ୱାମୀ ନୁହନ୍ତି ।

ତେବେ ସୂଚନା ମିଳିଛି କି, ପ୍ରାୟ ୬୦୦୦ ମହିଳାଙ୍କୁ ଗର୍ଭବତୀ କରାଇଥିଲା ଡାକ୍ତର ଜନଙ୍କ କ୍ଲିନିକ, ଏହା ମାଧ୍ୟମରେ ପ୍ରାୟ ୧୦,୦୦୦ରୁ ଅଧିକ ପିଲାଙ୍କ ଜନ୍ମ ହୋଇଥିଲେ । ଡାକ୍ତରଙ୍କ ଏଭଳି କାରନାମା ପରେ ସେହି ପିଲାମାନଙ୍କ ମଧ୍ୟରୁ କେତେଜଣ ତାଙ୍କର ବୋଲି ଯାଞ୍ଚ ଚାଲିଛି ।

Get real time updates directly on you device, subscribe now.