fbpx

ଆଜି ବାହୁଡ଼ିବେ ମହାପ୍ରଭୁ, ଚାଲିଛି ନୀତିକାନ୍ତି

ପୁରୀ(ଓଡ଼ିଶା ଭାସ୍କର): ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଭେ ବାହୁଡ଼ିବେ ଶ୍ରୀଜିଉ । ନବଦିନାତ୍ମକ ଯାତ୍ରା ସାରି ଆଜି ବାହୁଡିବେ ମହାପ୍ରଭୁ । ବଡ଼ଦାଣ୍ଡରେ ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ ଅତ୍ୟନ୍ତ ପୂଣ୍ୟଦାୟକ ବୋଲି କୁହାଯାଏ । ଏସନ ମଧ୍ୟ ଭକ୍ତ ସେ ମହାର୍ଘ ଦର୍ଶନରୁ ବଞ୍ଚିତ ହେବେ । ଏବର୍ଷ ମଧ୍ୟ କୋଭିଡ କଟାକଣାରେ ହେଉଛି ରଥଯାତ୍ରା । ହରିଶୟନ ଏକାଦଶୀରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପାଇଁ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ପୂଜ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହୋଇଛି । ସୂର୍ଯ୍ୟପୂଜା ସକାଳ ୫ଟା ୩୦ରେ ସରିଥିବା ବେଳେ, ଦ୍ୱାରପାଳ ପୂଜା ୫ଟା ୪୦ରେ ଓ ବେଶ ଶେଷ ସରିଛି ।

ଅନ୍ୟପଟେ ନାକଚଣା ଦ୍ୱାର ନିକଟରେ ଅପେକ୍ଷାରତ ଅବସ୍ଥାରେ ତିନିରଥ । କୋଭିଡ କଟକଣା ମଧ୍ୟରେ ଚାଲିଛି ସମସ୍ତ ନୀତିକାନ୍ତି । ମଧ୍ୟାହ୍ନ ୧୨ଟା ସୁଦ୍ଧା ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ହେବ । ଅପରାହ୍ନ ୪ଟା ସୁଦ୍ଧା ରଥଟଣା ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି । ବୁଧବାର, ଦ୍ୱାଦଶୀ, ବଡ଼ ତଡ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପ୍ରାତଃ ୬ଟାରୁ ୬ଟା ୩୦ ମଧ୍ୟରେ ୩ ରଥରେ ମଙ୍ଗଳ ଆଳତି ସମ୍ପନ୍ନ ହେବ । ମଇଲମ-ତଡ଼ପଲାଗି ସକାଳ ୭ଟା, ଅବକାଶ ୮ଟା ଓ ବେଶଶେଷ ୯ଟା ସୁଦ୍ଧା ସରିବ ।

Get real time updates directly on you device, subscribe now.