fbpx

ଆରମ୍ଭ ହେଲା ପୌର ନିର୍ବାଚନ ପ୍ରସ୍ତୁତି, ପଠାଗଲା EVM

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଇଭିଏମ ମେସିନ୍ ଓ ଫର୍ମ ପଠାଯାଇଛି । ପ୍ରଥମ ପର୍ଯ୍ୟୟରେ ୧୫ଟି ଜିଲ୍ଲାକୁ ମେସିନ୍ ପଠାଯାଇଛି । ରାଜ୍ୟର ୧୦୫ ପୌରାଞ୍ଚଳରେ ନିର୍ବାଚନ ହେବ । ଏହା ସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ନିର୍ବାଚନ ହେବ । ଏଥିପାଇଁ କାଲି ୫ଟି, ଆଜି ଆଉ ୧୦ଟି ଜିଲ୍ଲାକୁ ପଠାଯାଇଛି ଇଭିଏମ ମେସିନ୍ ।

Get real time updates directly on you device, subscribe now.