fbpx
BJD SKY
BJD SKY

ଟେଲିକମ କମ୍ପାନୀମାନଙ୍କୁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ସୂଚନା:୫ଜି ଲଞ୍ଚ ପ୍ରସ୍ତୁତି କର

BJD

ନୂଆଦିଲ୍ଲୀ:ଭାରତରେ ୫ଜି ର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଆଜି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟେଲିଯୋଗାଯୋଗ ସେବା ପ୍ରଦାନକାରୀଙ୍କୁ ସୂଚନା ଦେଇଛନ୍ତି ।
ଦିଆଯାଇଥିବା ସମୟ ପୂର୍ବରୁ ୫ଜି ସେବା ଭାରତବାସୀଙ୍କୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରକାଶ କରିଥିଲେ । ଯାହା ଫଳରେ ତାଙ୍କର ଆହ୍ୱାନ କ୍ରମେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ କହିଛନ୍ତି । ଏହା ସହିତ ମୋଦୀ ତାଙ୍କ ଅଭିଭାଷଣରେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ୪ଜି ସେବା ଠାରୁ ୫ଜି ସେବା ୧୦ଗୁଣା ଅଧିକ । ଯାହାକି ଲୋକମାନଙ୍କୁ ସବୁଠାରୁ ଅଧିକ ସେବା ଯୋଗାଇବ ।

ଦେଶରେ ‘୫ଜି’ ସେବା ଘୋଷଣା କରାଯିବା ଆଗରୁ ‘ରିଲାଏନ୍‌ସ୍‌ ଜିଓ’ ଏବଂ ‘ଭିଆଇ’ ଆଦି ଟେଲିକମ୍‌ ଅପରେଟର୍‌ମାନେ ‘୫ଜି’ ସମ୍ବନ୍ଧୀୟ ଉତ୍ପାଦ ବିକଶିତ କରିବା ଲାଗି ଇଞ୍ଜିନିୟର୍‌ମାନଙ୍କୁ ନିଯୁକ୍ତି ଦେବାକୁ ତତ୍ପର ‌ହୋଇ ଉଠିଛନ୍ତି।ଚଳିତ ମାସର ଶେଷ ଆଡ଼କୁ ‘ଏୟାର୍‌ଟେଲ୍‌’ ଓ ‘ଜିଓ’ ନିଜ ନିଜ ‘୫ଜି’ ସେବାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବେ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.