fbpx

Video: ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟିଲେ ୬ ଲକ୍ଷ, ସିସିଟିଭିରେ କଏଦ୍ ହେଲା ଘଟଣା ସମୟର ଦୃଶ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଜଣେ ବ୍ୟବସାୟୀଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍ କରିଛନ୍ତି ଲୁଟେରା। ଦିନ ଦ୍ୱିପ୍ରହରେ ଲୁଟେରାମାନେ ବ୍ୟବାସୟୀଙ୍କ ଅଫିସ୍‌ରେ ପଶି ୬ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବ୍ୟବସାୟୀଙ୍କୁ ବନ୍ଧୁକ ମୁନରେ ଲୁଟିବା ଘଟଣା ରାଜ୍ୟରେ ହଇଚୟୀ ସୃଷ୍ଟି କରିଛି। ତେବେ ଲୁଟ୍ ସମୟର ଭିଡିଓ ସିସିଟିଭିରେ କଏଦ୍ ହୋଇଛି। ୨୫ ସେକେଣ୍ଡର ଚୋରମାନେ ନିଜର ଚେହେରା ଲୁଚାଇଥିବା ଦେଖିବାକୁ ମିଳୁଛି।

ବ୍ୟାବସାୟୀମାନେ କାର୍ଯ୍ୟ କରୁଥିବା ସମୟରେ ଚାରି ଜଣ ଚୋର ପଶିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ବ୍ୟବସାୟୀଙ୍କୁ ଦେଖାଇ ଇଶାରା କରିଥିଲେ। ଅନ୍ୟ ଡକାୟତମାନେ ଏହି ସମୟରେ ତାଙ୍କ ଡେସ୍କ ତଳେ ଡ୍ରୟର ଖୋଜୁଥିବା ଏବଂ ଅଫିସରେ ଥିବା ଅନ୍ୟ ଦୁଇଜଣ ଭୟଭୀତ ହୋଇ ବ୍ୟାଗ ଭର୍ତ୍ତି କରୁଥିବା ଦେଖାଯାଇଥିଲା। ଜଣେ ଡକାୟତ ତାଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଥିବାର ଦେଖି ବ୍ୟବସାୟୀ ଜଣକ ସ୍ପଷ୍ଟ ଭାବରେ ଡରି ଯାଇଥିଲେ।

“କର୍ଣ୍ଣେଲଗଞ୍ଜ ପୋଲିସ ଷ୍ଟେସନ ସୀମା ମଧ୍ୟରେ ଘଟିଥିବା ଘଟଣାର ସୂଚନା ଉପରେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଘଟଣଅ ବିଷୟରେ କର୍ଣ୍ଣେଲଗଞ୍ଜ ପୋଲିସ ଷ୍ଟେସନରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଘଟଣାର ଶୀଘ୍ର ତଦନ୍ତ ପାଇଁ ପୋଲିସ ଟିମ୍ ଗଠନ କରାଯାଇଛି।” ଏକ ବିବୃତ୍ତିରେ ପ୍ରୟାଗରାଜ ପୋଲିସ କହିଛି ଯେ ସେମାନେ ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି ଏବଂ ଅଧିକ ଅନୁସନ୍ଧାନ ଚାଲିଛି।

Get real time updates directly on you device, subscribe now.