fbpx
BJD SKY
BJD SKY

ବିରାଟଙ୍କ କ୍ୟାରିୟରକୁ ୧୪ ବର୍ଷ: ଟିମ ଇଣ୍ଡିଆ ପାଇଁ ଡେବ୍ୟୁ ମ୍ୟାଚରେ କେତେ ରନ କରିଥିଲେ କୋହଲି?

BJD

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ଆଜିର ଦିନ ଖୁବ ସ୍ପେଶାଲ । ୧୪ ବର୍ଷ ତଳେ ଆଜିର ଦିନରେ ହିଁ ଭାରତ ପାଇଁ ଡେବ୍ୟୁ କରିଥିଲେ ବିରାଟ କୋହଲି । ଆଜି ଦିନରେ ଦୁନିଆର କିଛି ବିସ୍ଫୋଟକ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ବିରାଟଙ୍କ ନାଁ ସାମିଲ ରହିଛି । ହାରିବାକୁ ଯାଉଥିବା ଅନେକ ମ୍ୟାଚକୁ ସେ ବିଜୟୀ କରାଇଛନ୍ତି । ଯେଉଁଥିପାଇଁ ତାଙ୍କୁ ରନ ମେସିନ ଏବଂ ଚେଜ ମାଷ୍ଟର ବୋଲି ମଧ୍ୟ କୁହାଯାଏ । କିନ୍ତୁ ତାଙ୍କୁ ଡେବ୍ୟୁ ମ୍ୟାଚରେ ସେ କେତେ ରନ କରିଥିଲେ ?

On this day in 2008: Virat Kohli made his international debut

ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ବିରାଟ କୋହଲି ନିଜ ଡେବ୍ୟୁ ମ୍ୟାଚକୁ ବିଶେଷ ସ୍ମରଣୀୟ କରି ପାରି ନାହାନ୍ତି । ୧୪ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୨୦୦୮ ଅଗଷ୍ଟ ୧୮ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ୱାନ-ଡେ ଡେବ୍ୟୁ କରିଥିଲେ କିଙ୍ଗ କୋହଲି । କିନ୍ତୁ ଏହି ମ୍ୟାଚରେ ତାଙ୍କ ବ୍ୟାଟ ଶାନ୍ତ ରହିଥିଲା । ନିଜ ଡେବ୍ୟୁ ମ୍ୟାଚରେ ୨୨ଟି ବଲ ଖେଳି ମାତ୍ର ୧୨ ରନ କରିଥିଲେ ବିରାଟ କୋହଲି । କେବଳ ସେତିକି ନୁହେଁ, ଟିମ ଇଣ୍ଡିଆ ମଧ୍ୟ ମାତ୍ର ୧୪୬ ରନ କରି ଅଲ ଆଉଟ ହୋଇଯାଇଥିଲା । ଫଳରେ ଏହି ମ୍ୟାଚକୁ ଅତି ସହଜରେ ହାତେଇ ନେଇଥିଲା ଶ୍ରୀଲଙ୍କା ।

On this day in 2008: Virat Kohli made his international debut | Cricket News - Times of India

ତେବେ ଡେବ୍ୟୁ ମ୍ୟାଚରେ ଫ୍ଲପ ହେଲେ ବି ଏହି ସିରିଜରେ ଏକ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ ବିରାଟ । ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି ସିରିଜରେ କୋହଲି ମୋଟ ୧୫୯ ରନ ସଂଗ୍ରହ କରିଥିଲେ । କିନ୍ତୁ ଏବେ ସେ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନମାନଙ୍କ ତାଲିକାରେ ଖୁବ ଉପରେ ରହିଛନ୍ତି । ତାଙ୍କର ବ୍ୟାଟିଂ ଷ୍ଟାଇଲ ଏବଂ ଟେକନିକ ସମସ୍ତଙ୍କଠୁ ଭିନ୍ନ ଏବଂ ସୁନ୍ଦର, ତେଣୁ ଭାରତ ସହିତ ଅନ୍ୟାନ୍ୟ ଦେଶରେ ମଧ୍ୟ ତାଙ୍କର ଫ୍ୟାନ୍ସ ରହିଛନ୍ତି ।

 

View this post on Instagram

 

A post shared by Virat Kohli (@virat.kohli)

ଏବେ ପର୍ଯ୍ୟନ୍ତ ବିରାଟ ଭାରତ ତରଫରୁ ୧୦୨ ଟେଷ୍ଟ ଖେଳି ୮୦୭୪ ରନ କରିଥିବା ବେଳେ ୨୬୨ ଦିନିକିଆରୁ ୧୨୩୪୪ ରନ କରିଛନ୍ତି ଏବଂ ୯୯ଟି ଟି-୨୦ରେ ୩୩୦୮ ରନ ସ୍କୋର କରିଛନ୍ତି । ତେବେ ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୨୫୪ । ସେହିପରି ଦିନିକିଆରେ ୧୮୩ ବେଷ୍ଟ ସ୍କୋର ରହିଥିବା ବେଳେ ଦିନିକିଆରେ ସେ ଏପର୍ଯ୍ୟନ୍ତ ଶତକ ହାସଲ କରି ପାରି ନାହାନ୍ତି ।

Get real time updates directly on you device, subscribe now.