fbpx

କରୋନାର ତୃତୀୟ ଲହରୀ ! ଏହି ଦେଶକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଶ୍ୱରେ କରୋନା ମହାମାରୀ ପୁଣି ମାଡିଚାଲିଛି । ଏହାରି ମଧ୍ୟରେ ଫ୍ରାନ୍ସରେ କରୋନାର ତୃତୀୟ ଲହରି ଦେଖିବାକୁ ମିଳିଛି । ବେକାବୁ କରୋନାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ସାରା ଦେଶରେ ଲକଡାଉନ୍ ଲାଗୁ ପାଇଁ ଆଦେଶ ଦେଇଛନ୍ତି । ରାଷ୍ଟ୍ରପତି ବୁଧବାର ଫ୍ରାନ୍ସକୁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସେ କହିଛନ୍ତି ଯେ, ଏହାଦ୍ୱାରା କୋଭିଡ-୧୯ ସଂକ୍ରମଣର ତୃତୀୟ ତରଙ୍ଗକୁ ହଟାଇବାକୁ ଚେଷ୍ଟା କରାଯାଉଥିବା ବେଳେ ସ୍କୁଲଗୁଡିକ ମଧ୍ୟ ତିନି ସପ୍ତାହ ପାଇଁ ବନ୍ଦ ରହିବ ।

ରାଷ୍ଟ୍ରପତି ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଯଦି ଆମେ ବର୍ତ୍ତମାନ ପଦକ୍ଷେପ ନଦେବା ତେବେ ଆମେ ନିୟନ୍ତ୍ରଣ ହରାଇବୁ । ଏଥିପାଇଁ ଆସନ୍ତା ୪ ସପ୍ତାହ ପର୍ଯ୍ୟନ୍ତ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ଜାରି ହୋଇଛି ।

ତେବେ ଫ୍ରାନ୍ସରେ କରୋନା ସଂକ୍ରମଣ ୪୬.୪୬ ଲକ୍ଷ ଟପିଛି । ଏହା ସହ ମୃତ୍ୟୁ ସଂଖ୍ୟା ୯୫ ହଜାର ୫୦୨କୁ ବୃଦ୍ଧି ପାଇଛି । ଖବର ଅନୁସାରେ, ଏବେ ୫ ହଜାର ଆକ୍ରାନ୍ତ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଗତକାଲି ୨୯ ହଜାର ୫୭୫ ନୂଆ ମାମଲା ସାମ୍ନାକୁ ଆସିଛି ।

Get real time updates directly on you device, subscribe now.