fbpx

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୨୦ ।୩(ଓଡିଶା ଭାସ୍କର) : ସ୍ୱତନ୍ତ୍ର ବାୟୁସେନା ବିମାନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୨ କେନ୍ଦ୍ରମନ୍ତ୍ରୀ ତଥା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢଙ୍ଗୀ ଉପସ୍ଥିତି ରହିଛନ୍ତି ।

ତେବେ ଆଜି ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । କାଲି ରାଉରକେଲା ଓ ୨୨ରେ ପୁରୀ, କୋଣାର୍କ ଗସ୍ତର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.