fbpx
BJD SKY
BJD SKY

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ରାଷ୍ଟ୍ରପତିଙ୍କ ଦୁଇ ଦିନର କାର୍ଯ୍ୟସୂଚୀ

BJD

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିସ୍ତୃତ କାର୍ଯ୍ୟ ସାରଣୀ ପ୍ରସ୍ତୁତ କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ଆସନ୍ତାକାଲି ରାଷ୍ଟ୍ରପତି ପହଂଚିବା ପରେ ପୂର୍ବାହ୍ଣରେ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦାନ କରିବେ। ଅପରାହ୍ଣରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବେ।

୧୧ ତାରିଖ ସକାଳେ ରାଷ୍ଟ୍ରପତି ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ସାରି ପୂର୍ବାହ୍ମରେ କଟକ ବିଦ୍ୟାଧରପୁର ସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଅଧିନସ୍ଥ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ହେବାକୁ ଥିବା ଦ୍ୱିତୀୟ ଜାତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦ୍‍ଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ପରିପ୍ରେକ୍ଷୀରେ ଉତ୍କଳ ମଣ୍ଡପ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ଧାନ ଗବେଷଣା ପ୍ରତିଷ୍ଠାନଠାରେ ରାଷ୍ଟ୍ରପତି ଯୋଗଦେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସିଧା ପ୍ରସାରଣ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି। ସେହିଭଳି ଆସନ୍ତା ୧୧ ତାରିଖରେ ରାଷ୍ଟ୍ରପତିଙ୍କ କଟକ ଆଗମନକୁ ନେଇ କମିଶନରେଟ ପୋଲିସ୍‍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସ୍‍.ଏ.ଜିଙ୍କ ସହ ଆଲୋଚନା ପରେ ସୁରକ୍ଷା ବ୍ୟବସ୍ଥା ନେଇ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଇତିମଧ୍ୟରେ ବରିଷ୍ଠ ପୋଲିସ ଅଧିକାରୀମାନେ ଧାନ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମସ୍ଥଳ ଏବଂ ସେଠାରେ ପ୍ରସ୍ତୁତ କରାଯାଇଥିବା ହେଲିପ୍ୟାଡ୍‍ର ସ୍ଥିତି ଯାଞ୍ଚ କରିଛନ୍ତି। ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ୬୦ ପ୍ଲାଟୁନ୍‍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବ୍ଲୁ ବୁକ୍‍ ଏସ୍‍ଓପି ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ହୋଇଛି ଏଥିପାଇଁ ଆଜି ଭୁବନେଶ୍ୱରରେ ପୁଲିସ୍‍ ପକ୍ଷରୁ ଫୁଲ୍‍ ପ୍ରୁପ୍‍ ରିହର୍ସାଲ କରାଯାଇଛି।

Get real time updates directly on you device, subscribe now.