fbpx

NDMCର ୪୫୦୦ କର୍ମଚାରୀ ରେଗୁଲାର ହେବେ: ସିଏମଙ୍କୁ ଗୃହମନ୍ତ୍ରୀଙ୍କ ଚିଠି

ନୂଆଦିଲ୍ଲୀ: ନ୍ୟୁ ଦିଲ୍ଲୀ ମ୍ୟୁନିସିପାଲ କମିଟି (ଏନଡିଏମସି)ର ୪୫୦୦ ଜଣ କର୍ମଚାରୀଙ୍କ ଚାକିରି ରେଗୁଲାର ହେବ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚିଠି ଲେଖିଛନ୍ତି । ତେବେ କମର୍ଚାରୀଙ୍କ ଚାକିରି ନିୟମିତ କରିବା ପ୍ରସଙ୍ଗରେ କେଜ୍ରିୱାଲ କହିଛନ୍ତି, ଏଥିପାଇଁ ମୁଁ ଗୃହମନ୍ତ୍ରୀଙ୍କ ଆଭାରୀ ଅଟେ । ନିଜର କର୍ମଚାରୀ ଓ ଜନତାଙ୍କ ଦାୟିତ୍ୱ ବହନ କରିବା ସରକାରଙ୍କ କାର୍ଯ୍ୟ ।

କର୍ମଚାରୀଙ୍କୁ ସ୍ଥାୟୀ ଚାକିରି ମିଳିବା ପରେ ହଜାର ହଜାର ଲୋକଙ୍କର ଜୀବନ ବଦଳିଯିବ ବୋଲି କେଜ୍ରିୱାଲ କହିଛନ୍ତି । ଗତ ୨୦୧୯ରେ ରେଗୁଲାର ମଷ୍ଟର ରୋଲ (ଆରଏମଆର) କର୍ମଚାରୀଙ୍କ ରେଗୁଲାରାଇଜେସନକୁ ମଞ୍ଜୁରୀ ମିଳିଥିଲା । ଏହି ପ୍ରସଙ୍ଗରେ କେଜ୍ରିୱାଲ ଗୃହମନ୍ତ୍ରୀ ଶାହଙ୍କୁ ମଧ୍ୟ ଭେଟିଥିଲେ । ଚଳିତ ମାସ ପ୍ରାରମ୍ଭରେ ଆରଏମଆର କର୍ମଚାରୀଙ୍କୁ ରେଗୁଲାର କରିବା ପାଇଁ କେଜ୍ରିୱାଲ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ସେ ଏ ସମ୍ବନ୍ଧରେ ଗତବର୍ଷ ମାଚ୍ଚ ୨୨ ତାରିଖରେ ମଧ୍ୟ ପତ୍ର ଲେଖିଥିଲେ ।

ସେହିପରି ଏନଡିଏମସିର ଆରଏମଆର କର୍ମଚାରୀମାନେ ନିଜର ସେବାକୁ ନିୟମିତ କରିବା ଦାବି ନେଇ ନିକଟରେ ଅନେକଥର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏନଡିଏମସିର ଭାଇସ ଚେୟାରମ୍ୟାନ ସତୀଶ ଉପାଧ୍ୟାୟ କିଛିଦିନ ପୂର୍ବରୁ ଆମ ଆଦମୀ ପାର୍ଟି (ଆପ) ସୁପ୍ରିମୋଙ୍କ ଉପରେ ଅଧିକାର ଛିନ୍ନ କରାଯାଇ ରାଜନୀତି କରାଯାଉଥିବା ନେଇ ଅଭିଯୋଗ କରିଥିଲେ । ସେ ଦିଲ୍ଲୀ ଜଳ ବୋର୍ଡ ଓ ସହରର ଅନ୍ୟ ସରକାରୀ ବିଭାଗର ପାଖାପାଖି ୪୦ ହଜାର ଅସ୍ଥାୟୀ ଓ କଣ୍ଟ୍ରାକ୍ଟ କର୍ମଚାରୀଙ୍କ ରେଗୁଲାରାଇଜେସନ ଉପରେ ଧ୍ୟାନ ଦେବାକୁ କହିଥିଲେ ।

Get real time updates directly on you device, subscribe now.