fbpx
BJD
BJD SKY
BJD SKY

ଆଜି ୨ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବେ ପ୍ରଧାମନମନ୍ତ୍ରୀ, ଏହିଠାରେ ଉଡାଇବେ ସବୁଜ ପତକା

BJD

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇକୁ ଏକସାଙ୍ଗରେ ୨ଟି ବନ୍ଦେ ଭାରତ ଟ୍ରେନର ଉପହାର ଦେବେ । ସେଥିରୁ ଗୋଟେ ବନ୍ଦେ ଭାରତ ଟ୍ରେନ ମୁମ୍ବାଇ ରୁ ସାଇନଗର ଶିରିଡି କୁ ଯାତ୍ରା କରିବ ଅନ୍ୟଟି ମୁମ୍ବାଇରୁ ସୋଲାପୁର କୁ ଯାତ୍ରା କରିବ । ସେଥିପାଇଁ ପିଏମ ମୋଦୀ ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ ପ୍ଲାଟଫର୍ମ ନମ୍ବର-୧୮ ରୁ ଦୁଇଟି ହାଇସ୍ପିଡ୍ ଟ୍ରେନକୁ ସବୁଜ ପତକା ଦେଖାଇ ଉଦଘାଟନ କରିବେ । ମୁମ୍ବାଇରୁ ଶିରିଡ଼ି ସାଇବାବା ଏବଂ ମୁମ୍ବାଇରେ ପଣ୍ଡରପୁର ଯାଉଥିବା ଥିବା ତୀର୍ଥ ଯାତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଉପହାର ଦେବେ ।

ପିଏମ ମୋଦୀ ଆଜି ମୁମ୍ବାଇ ଗସ୍ତରେ ସର୍ବପ୍ରଥମେ ଭାରତ ଟ୍ରେନ କୁ ସବୁଜ ପତକା ଦେଖାଇ ଉଦଘାଟନ କରିବେ । ଏହାପରେ ସାନ୍ତାକୃଞ୍ଜ-ଚେମ୍ବୁର ଲିଙ୍କ ରୋଡ଼ ଏବଂ କୁରାର ଅଣ୍ଡରପାସର ଅନଲାଇନ ଉଦଘାଟନ କରିବେ । ପରେ ସେ ଶିବାଜୀ ମହାରାଜ ଟର୍ମିନାଲରୁ ଆଇଏନଏସ ଶିକ୍ରା ଯିବେ । ଏହିଠାରୁ ସେ ହେଲିକପ୍ଟର ଜରିଆରେ ମୁମ୍ବାଇ ଏୟାରପୋର୍ଟ ପହଁଚିବେ ।

ପୁଣି ପ୍ରଧାନମନ୍ତ୍ରୀ ମୁମ୍ବାଇରୁ ଅପନଗର ମୋରାଲ ଗମନ କରିବେ । ସେ ଅପରାହ୍ନ ୪.୩୦ରେ ଅଲଜାମିଆ-ତୁସ-ସୈଫିୟାହ ର ଏକ ନୂତନ ପରିସରର ଉଦଘାଟନ କରିବେ । ଦାଉଦୀ ବୋହରା ସମୁଦାୟର ଉଲଜାମୀଆ-ତୁସ-ସୈଫିୟାହ ପ୍ରମୁଖ ଏକ ଶିକ୍ଷଣୀୟ ସଂସ୍ଥା ଅଟେ । ଏହିସବୁ କାର୍ଯ୍ୟକ୍ରମ ସାରି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବାର ତାଲିକା ରହିଛି ।

Get real time updates directly on you device, subscribe now.