fbpx
BSKY SKY
BSKY SKY

Digital Credit ଚଳିତ ବର୍ଷ ଆରମ୍ଭ ହେବ: ୧୦ଟି ଦେଶରେ NRIs ପାଇବେ UPI ସେବା

BSKY

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ବର୍ଷ ଡିଜିଟାଲ କ୍ରେଡିଟ ସେବା ଆରମ୍ଭ କରିବେ । ବଡ଼ ବଡ଼ ବ୍ୟାଙ୍କ ଠାରୁ କ୍ଷୁଦ୍ର ଷ୍ଟ୍ରିଟ ଭେଣ୍ଡର୍ସ ଏହି ସେବା ପାଇବାରେ ସକ୍ଷମ ହେବେ ବୋଲି ଟେଲିକମ ଓ ଆଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ଗୁରୁବାର ଦିନ ସୂଚନା ଦେଇଛନ୍ତି । ଏହା ୟୁପିଆଇ ସେବା ପରି ରୋଲ୍ ଆଉଟ ହେବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡିଜିଟାଲ ଇଣ୍ଡିଆ’ ଭିଜନ ଅଧିନରେ ଏହା ଏକ ବଡ଼ ସଫଳତା ହାସଲ କରିବ । ‘ଡିଜିଟାଲ ପେମେଣ୍ଟସ ଉତ୍ସବ’ ଅବସରରେ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଡିଜିଟାଲ କ୍ରେଡିଟର ଶୁଭାରମ୍ଭ ହେବ ଓ ଏନପିସିଆଇ ଏକ ବଡ଼ ଧରଣର ଲିଡ୍ କରିବ, ଯାହାକି ଆସନ୍ତା ୧୦-୧୨ ମାସ ଅବଧି ମଧ୍ୟରେ ସରିବ । ଡିଜିଟାଲ କ୍ରେଡିଟର ଏକ ଭଲ ଭିତ୍ତିଭୂମି ତିଆରି ହେବ ବୋଲି ବୈଷ୍ଣବ କହିଛନ୍ତି । ଏହି ଇଭେଣ୍ଟରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି (MeitY) ମନ୍ତ୍ରଣାଳୟ ପକ୍ଷରୁ ୟୁପିଆଇ ପାଇଁ ଭଏସ-ବେସଡ ପେମେଣ୍ଟ ସିଷ୍ଟମର ପ୍ରୋଟୋଟାଇପକୁ ଉନ୍ମୋଚନ କରାଯାଇଥିଲା ।

କେନ୍ଦ୍ରମନ୍ତ୍ରୀ କହିଥିଲେ, ଜନସାଧାରଣ ଖୁବଶୀଘ୍ର ସେମାନଙ୍କର ଫୋନରେ ସ୍ଥାନୀୟ ଭାଷାରେ କଥା ହୋଇ ପେମେଣ୍ଟ କରିପାରିବେ । ଏହି ସେବା ୧୮ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ । ଏହି ଇଭେଣ୍ଟରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ସେକ୍ରେଟାରୀ ଅଲକେଶ କୁମାର ଶର୍ମା କହିଥିଲେ, ବର୍ତ୍ତମାନ ୟୁପିଆଇ ଗ୍ଲୋବାଲ ପେମେଣ୍ଟସ ପ୍ରଡକ୍ଟ ହେବ । ଏଥିପାଇଁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ନେପାଳ, ସିଙ୍ଗାପୁର, ଭୂଟାନ, ୟୁକେ ଓ ୟୁଏଇ ସହିତ ବୁଝାମଣା କରାଯାଇ ସେଠାରେ ୟୁପିଆଇ ମଡେଲକୁ ପ୍ରମୋଟ କରାଯାଇଛି ।

Get real time updates directly on you device, subscribe now.