fbpx

ଆଉ ନାହାନ୍ତି ଏହି ଦେଶର ରାଷ୍ଟପତି: ଚିର ନିଦ୍ରାରେ ଶୋଇଗଲେ ମିଖାଇଲ ଗୋର୍ଭାଚୋଭ

ନୂଆଦିଲ୍ଲୀ: ସୋଭିଏତ ଋଷରେ ଘୋଟିଯାଇଛି ଦୁଃଖର କଳାବାଦଲ । ଦେଶର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ଦେହାନ୍ତରେ ଭାଙ୍ଗି ପଡିଛି ସୋଭିଏତ ଋଷ । ମଙ୍ଗଳବାର ବିଳମ୍ବିତ ରାତିରେ ୯୧ ବର୍ଷ ବୟସରେ ମିଖାଇଲ ଗୋର୍ଭାଚୋଭଙ୍କ ଦେହାନ୍ତ ହୋଇଯାଇଛି । ତେବେ ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥାଇ ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଏହି ଚିକିତ୍ସିତ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ହସ୍ପିଟାଲ ପକ୍ଷରୁ ଏକ ରିପୋର୍ଟରେ ସୂଚନା ଦିଆଯାଇଛି ।

ସୋଭିଏତ ୟୁନିୟନକୁ ବିଭକ୍ତ କରିବା ପାଇଁ ଯେଉଁ ଶୀତଳ ଯୁଦ୍ଧ ଲାଗିଥିଲା ତାହାକୁ ବିନା ରକ୍ତପାତରେ ସେ ଶେଷ କରିଥିଲେ । କିନ୍ତୁ ଦେଶକୁ ଏକତ୍ର କରିବାରେ ବିଫଳ ହୋଇଥିଲେ ଗୋର୍ଭାଚୋଭ । ତାଙ୍କ ଶାସନ କାଳରେ ସେ ପାଶ୍ଚାତ୍ୟ ଶକ୍ତିମାନଙ୍କ ସହ ସହଭାଗୀତା କରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପରେ ସୃଷ୍ଟ ବିଭାଜିତ ସମସ୍ୟାକୁ ହଟାଇଥିଲେ । ଆଜି ଏମିତି ଭାବରେ ତାଙ୍କର ଦେହାନ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.