fbpx

ଜନ୍ମଭୂମିରେ ପହଞ୍ଚି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିଦ ତିନିଦିନିଆ କାନପୁର ଗସ୍ତ କରିଛନ୍ତି । କାର୍ଯ୍ୟସୂଚୀ ଅନୁଯାୟୀ ରବିବାର ସକାଳେ ତାଙ୍କ ପୈତୃକ ଗାଁ ପରୋଖରେ ପହଞ୍ଚିଥିଲେ । ପରୋଖରେ ପହଞ୍ଚିବା ପରେ ଭାବବିହ୍ୱଳ ହୋଇପଡ଼ିଥିଲେରାଷ୍ଟ୍ରପତି ପ୍ରଥମେ ସେ ଜନ୍ମଭୂମିକୁ ପ୍ରଣାମ କରିବା ସହ ମାଟିକୁ ନିଜ ମୁଣ୍ଡରେ ମାରିଥିଲେ । ଏହା ପରେ ସେ ପ୍ରଥମେ ପଥରୀ ଦେବୀ ମନ୍ଦିରରେ ପହଞ୍ଚିଥିଲେ । ତାଙ୍କ ସାଥିରେ ତାଙ୍କ ପତ୍ନୀ ସବିତା କୋବିନ୍ଦ ଏବଂ ତାଙ୍କ ଝିଅ ମଧ୍ୟ ଥିଲେ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟ ଉପସ୍ଥିତ ମଧ୍ୟ ଥିଲେ । ପଥରୀ ଦେବୀ ମନ୍ଦିରରେ ସେ ୧୧ ହଜାର ଟଙ୍କା ଅର୍ପଣ କରିଥିଲେ । ଏହାପରେ ସେ ଆମ୍ବେଦକର ପାର୍କ ଏବଂ ଡା. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Get real time updates directly on you device, subscribe now.