fbpx

କରୋନାର ନୂଆ ଲକ୍ଷଣ; ୧୩ ବର୍ଷୀୟ ବାଳକର ମସ୍ତିଷ୍କ ଅଚଳ

ହାଇଦ୍ରାବାଦ: କରୋନା ଭାଇରସର ପରିବର୍ତ୍ତିତ ରୂପ ଦିନକୁ ଦିନ ଭୟର ମାହୋଲ ସୃଷ୍ଟି କରିଛି । ଏହାର ବିଭିନ୍ନ ଭାରିଆଣ୍ଟରେ ନୂତନ ଲକ୍ଷଣ ମାନ ପ୍ରକାଶ ପାଉଥିବା ବେଳେ ଏକ ୧୩ ବର୍ଷୀୟ ବାଳକର ମସ୍ତିଷ୍କ ଅଚଳ ହୋଇଛି । କରୋନା କାରଣରୁ ସ୍ନାୟବିକ ବ୍ୟବସ୍ଥା ପ୍ରଭାବିତ ହୋଇଥାଏ । ଏହା ଦ୍ୱାରା ମସ୍ତିଷ୍କର ଏକ ଅଂଶ ମଧ୍ୟ ପ୍ରଭାବିତ ହୋଇଥାଏ । ତେବେ ମସ୍ତିଷ୍କ ସମ୍ପୂର୍ଣ୍ଣ ଅଚଳ ହେବାର ଏହା ଦ୍ୱିତୀୟ ଏବଂ କର୍ଣ୍ଣାଟକରେ ପ୍ରଥମ ଘଟଣା ।

କର୍ଣ୍ଣାଟକର ଏହି ୧୩ ବର୍ଷୀୟ ବାଳକ ଜଣକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ମସ୍ତିଷ୍କ ଅଚଳ ହୋଇଯାଇଥିଲେ । କର୍ଣ୍ଣାଟକର ଦେବାଙ୍ଗ୍ରେ ଜିଲ୍ଲାରେ ଏହି ଘଟଣା ଘଟିଥିଲା । ବାଳକ ଜଣଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିବା ବେଳେ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଜଣାପଡିଛି । ବାଳକ ଜଣକ ଆକ୍ୟୁଟ ଏନ୍ସେଫୋଲୋପାଥି ଅଫ୍ ଚାଇଲ୍ଡହୁଡ୍(ଏଏନ୍ଇସି)ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହି ରୋଗ ପାଇଁ ଇଞ୍ଜେକ୍ସନ୍ର ମୂଲ୍ୟ ୭୫ ହଜାରରୁ ୧ ଲକ୍ଷ ମଧ୍ୟରେ ରହିଥାଏ । ଏହା ସହିତ ମସ୍ତିଷ୍କର କେତେ କ୍ଷତି ହୋଇଛି ତାହା ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଜଣାପଡିବ ବୋଲି ଡାକ୍ତର ମାନେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.