fbpx
BSKY
BJD SHG SKY
BJD MC SKY

୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଭ୍ୟାକ୍ସିନ ପରୀକ୍ଷଣ ପୂରା, ଜାଣନ୍ତୁ କେବେଠୁ ଆରମ୍ଭ ହେବ ଟିକାକରଣ

ନୂଆଦିଲ୍ଲୀ : କରୋନା ଭାଇରସ୍ ବିପକ୍ଷ ମୁକାବିଲାରେ ଭାରତକୁ ଶୀଘ୍ର ମିଳିବାକୁ ଯାଉଛି ଆଉ ଏକ ଅସ୍ତ୍ର। କୋଭିଡ୍ କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଡ.ଏନକେ ଆରୋରା କହିଛନ୍ତି, ଜାୟଡସ କ୍ୟାଡିଲା ଭ୍ୟାକ୍ସିନର ପରୀକ୍ଷଣ ପ୍ରାୟତଃ ପୂରା ହୋଇ ସାରିଛି। ଜୁଲାଇ ଶେଷ ସୁଦ୍ଧା କିମ୍ବା ଅଗଷ୍ଟରେ ୧୨ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇପାରେ।

ଏନକେ ସିଂହ ରବିବାର କହିଛନ୍ତି, ଆଇସିଏମଆରର ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ତୃତୀୟ ଲହର ବିଳମ୍ବରେ ଆସିବାର ସମ୍ଭାବନା ରହିଛି। ତେଣୁ ଆମ ପାଖରେ ଦେଶରେ ସବୁ ବର୍ଗଙ୍କ ଟିକାକରଣ ପାଇଁ ଛଅରୁ ଆଠ ମାସର ସମୟ ରହିଛି। ଆଗାମୀ ଦିନରେ ଆମର ଲକ୍ଷ୍ୟ ପ୍ରତିଦିନ ଏକ କୋଟି ଲୋକଙ୍କ ଟିକାକରଣ କରାଯିବା ଉପରେ ରହିଛି।

ଡ.ଏନ କେ ଆରୋରା କହିଛନ୍ତି, କରୋନା ଭାଇରସ୍ର ଅନ୍ୟ ଭାରିଏଣ୍ଟ ତୂଳନାରେ ଡେଲଟା ପ୍ଲସ୍ ଭାରିଏଣ୍ଟ ଫୁସଫୁସର ଉତ୍ତଙ୍କ ସହ ବହୁତ ମେଳ ଖାଉଛି। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ଏଥିରେ ଗମ୍ଭୀର ରୋଗ ହେବ ଏବଂ ଏହା ଅଧିକ ସଂକ୍ରାମକ ହେବ। ସୂଚନାଯୋଗ୍ୟ, କରୋନା ଭାଇରସ୍ର ନୂତନ ଭାରିଏଣ୍ଟ ବା ସ୍ଵରୂପ ଡେଲଟା ପ୍ଲସ୍ ଜୁନ ୧୧ରେ ଚିହ୍ନଟ ହୋଇଥିଲା। ଦେଶର ୧୨ଟି ରାଜ୍ୟରେ ଡେଲଟା ପ୍ଲସର ଏ ପର୍ଯ୍ୟନ୍ତ ୫୧ ମାମଲା ଚିହ୍ନଟ ହୋଇ ସାରିଛି। ଏହି ଭାରିଏଣ୍ଟର ସର୍ବାଧିକ କେସ୍ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି।

Get real time updates directly on you device, subscribe now.