fbpx

କାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୯ ।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତ ସୂଚୀ ପ୍ରକାଶିତ ହୋଇଛି । ଆସନ୍ତାକାଲି ସନ୍ଧ୍ୟା ୬ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି । ଭୁବନେଶ୍ୱର ରାଜଭବନରେ କାଲି ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୨୧ ସକାଳ ୯ଟା ୪୫ରେ ଝାରସୁଗୁଡାରେ ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ପୂର୍ବାହ୍ନ ୧୦ଟା ୫୫ରେ ରାଉରକେଲା ଏନଆଟିରେ ପହଞ୍ଚିବେ । ଆସନ୍ତା ୨୧ ତାରିଖରେ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ ବୋଲି ସୂଚୀରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.