fbpx

ନିଜ ଟଙ୍କାରେ ଭୋଜନ କରନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଖର୍ଚ୍ଚ ହେଉନି ସରକାର ଧନ, RTIରୁ ଖୁଲାସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଖାଇବା ଖର୍ଚ୍ଚ ନିଜେ ବହନ କରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅଧିକାର ଆଇନ ବଳରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ପିଏମଓ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆରଟିଆଇ ଅଧିନରେ ମଗା ଯାଇଥିବା ଏହି ସୂଚନାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ଏହି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆରଟିଆଇର ଉତ୍ତର ଦେଇ କହିଛି, ପିଏମଙ୍କ ଭୋଜନରେ ସରକାରୀ ବଜେଟରୁ ଗୋଟିଏ ଟଙ୍କା ବି ଖର୍ଚ୍ଚ ହେଉ ନାହିଁ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁ ଖର୍ଚ୍ଚ ସରକାରୀ ବଜେଟରୁ ହେଉ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଖାଇବା-ପିଇବା ଉପରେ ସରକାରୀ ବଜେଟରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇ ନାହିଁ। ନିଜ ଭୋଜନ ଖର୍ଚ୍ଚ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବହନ କରନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଅନ୍ୟ ଏକ ଆରଟିଆଇରେ ପ୍ରଧାନମନ୍ତ୍ରୀଙ୍କ ପୋଷାକ ଖର୍ଚ୍ଚ ବାବଦରେ ତଥ୍ୟ ମଗାଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ନିଜେ ନିଜର ପୋଷାକ ଖର୍ଚ୍ଚ ବହନ କରୁଥିବା ପିଏମଓ ସୂଚନା ଦେଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ 2015 ମସିହାରେ ବଜେଟ୍ ଅଧିବେଶନ ସମୟରେ ସଂସଦର କ୍ୟାଣ୍ଟିନରେ ପହଞ୍ଚି ସମସ୍ତଙ୍କୁ ଚକିତ କରାଇଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ନିରାମିଷ ଥାଳି ଖାଇବା ସହ ଭୋଜନ ଖର୍ଚ୍ଚ ବାବଦକୁ 29 ଟଙ୍କା ପୈଠ କରିଥିଲେ।

Get real time updates directly on you device, subscribe now.