fbpx

୮ ଜଣ ସାଂସଦଙ୍କ ସହ Lunch କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ସେମାନେ କେଉଁ ଦଳର

ନୂଆଦିଲ୍ଲୀ: ଶୁକ୍ରବାର ସଂସଦ ଭବନର କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ମୋଦୀ କେତେକ ସାଂସଦଙ୍କ ଗହଣରେ ମଧ୍ୟାହ୍ନ ଭୋଜନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୮ ଜଣ ସାଂସଦଙ୍କ ପାଖକୁ ଏକ କଲ୍ ଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ଭେଟିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସାଂସଦଙ୍କ ସହ ଅନୌପଚାରିକ ଭାବେ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ତେବେ ଦଳମତ ନିର୍ବିଶେଷରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଆଚରଣ ଚର୍ଚ୍ଚାର ବିଷୟ ପାଲଟିଛି ।

ସଂସଦ ଭବନର କ୍ୟାଣ୍ଟିନରେ ପୂର୍ବରୁ ସମସ୍ତ ପ୍ରସ୍ତୁତି ହୋଇଥିଲା । ପ୍ରଧାମନ୍ତ୍ରୀ ମୋଦୀ କ୍ୟାଣ୍ଟିନରେ ପ୍ରବେଶ କରି ଗୋଟିଏ ଟେବୁଲରେ ତାଙ୍କ ସହ ସମସ୍ତ ୮ ଜଣ ସାଂସଦଙ୍କୁ ବସିବା ପାଇଁ ଅନୁରୋଧ କରିଥିଲେ । ଏହା ପରେ ସମସ୍ତଙ୍କୁ ନିରାମିଷ ଭୋଜନ(ଭାତ, ଡାଲି, ଖେଚୁଡ଼ି, ରୁଟି ଓ ମାଣ୍ଡିଆରେ ପ୍ରସ୍ତୁତ ଲଡ଼ୁ) ପରସା ଯାଇଥିଲା । ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଏହି ମଧ୍ୟାହ୍ନ ଭୋଜନ ଜାରି ରହିଥିଲା । ସାଂସଦମାନେ ପ୍ରଧାନମନମନ୍ତ୍ରୀଙ୍କୁ ତାଙ୍କ ଜୀବନଶୈଳୀ ଏବଂ ଶାସନ କ୍ଷେତ୍ରରେ ଅଭିଜ୍ଞତା ବିଷୟରେ ପଚାରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିବା ୮ ଜଣ ସାଂସଦ ବିଭିନ୍ନ ରାଜନୈତିକ ଦଳର । ସେମାନେ ହେଲେ ଲାଦାଖର ଜମ୍ୟାଙ୍ଗ୍ ନାମଗ୍ୟାଲ୍(ବିଜେପି), ଆନ୍ଧ୍ରପ୍ରଦେଶର ରାମ ମୋହନ ନାଇଡ଼ୁ(ଟିଡିପି), ତାମିଲନାଡ଼ୁର ଏଲ୍ ମୁରୁଗନ୍(ବିଜେପି), ଓଡ଼ିଶାର ସମ୍ବିତ ପାତ୍ର(ବିଜେଡ଼ି) , ଉତ୍ତରପ୍ରଦେଶର ରିତେଶ ପାଣ୍ଡେ(ବିଏସପି), ଗୋଆର ହିନା ଗୱିତ(ବିଜେପି), କେରଳର ଏନ୍ ପ୍ରେମଚନ୍ଦ୍ରନ୍(ରିଭଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି) ଏବଂ ନାଗାଲ୍ୟାଣ୍ଡର ଏସ୍ ଫାଗନୋନ୍ କୋନ୍ୟାଙ୍କ(ବିଜେପି) ସାମିଲ ଥିଲେ । ଏନେଇ ଏଏନ୍ଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

Get real time updates directly on you device, subscribe now.