fbpx

BREAKING…ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିବ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀର

ଭୁବନେଶ୍ୱର: ସନ୍ଧ୍ୟାରେ ପହଞ୍ଚିବ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀର । ଏନେଇ ସୂଚନା ଦେଲେ ମର୍ଦ୍ଦରାଜ ପରିଷଦ ସମ୍ପାଦକ ସୁଧାଂଶୁ ସାହୁ । ‘ଚେନ୍ନାଇରୁ ବିମାନ ଯୋଗେ ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିବ’ । ‘ଏହାପରେ ମରଶରୀର ଖଲ୍ଲିକୋଟ ନିଆଯିବାର ବ୍ୟବସ୍ଥା ହେବ’ । ‘ଶେଷକୃତ୍ୟ ପାଇଁ ପରବର୍ତ୍ତୀ ଅବସ୍ଥାରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ’ । ବିଳମ୍ବିତ ରାତିରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ଘଟିଛି ।

ସେ କିଛିଦିନ ହେବ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବା ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା କାରଣରୁ ତାଙ୍କୁ ହସସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଖଲିକୋଟରୁ ୮ ଥର ଏବଂ କବିସୂର୍ଯ୍ୟନଗରରୁ ୨ ଥର ବିଧାୟିକା ହୋଇଥିଲେ । ୧୯୬୧ରେ ରାଜନୀତି ଜୀବନ ଆରମ୍ଭ କରିଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇ ଯାଇ ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ହସ୍ପିଟାଲରେ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସୁସ୍ଥତା କାମନା କରିଥିଲେ ।

Get real time updates directly on you device, subscribe now.