fbpx
BJD SKY
BJD SKY

NCBର ପୂର୍ବତନ ନିର୍ଦ୍ଦେଶକ ସମୀର ୱାଙ୍ଖେଡ଼େ ନୂଆ ବିବାଦରେ: ବେଆଇନ ଅର୍ଥ କାରବାରକୁ ନେଇ ED ଦାୟର କଲା ମାମଲା

BJD

ନୂଆଦିଲ୍ଲୀ: ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡ଼େଙ୍କୁ ନେଇ ଆସିଛି ଏକ ବଡ଼ ଖବର । ବେଆଇନ ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମୀରଙ୍କ ନାମରେ ମାମଲା ଦାୟର କରାଯାଇଛି । ଏହି ମାମଲାରେ ଇଡି ସମୀରଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରଯାଇଛି । ଏଥିସହିତ କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ଏନସିବିର ୩ ଜଣ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଛି ।

ସମୀର ଏହି ମାମଲାରେ ପୂର୍ବରୁ ଇଡିର ନଜରରେ ରହିଥିଲେ । ଏବେ ଇଡି ପକ୍ଷରୁ ମାମଲା ଦାୟର କରାଯାଇ ଯାଞ୍ଚ ଆରମ୍ଭ କରାଯାଇଛି । ତେବେ ଇଡି ପକ୍ଷରୁ ଆକ୍ସନ ପରେ ସମୀର ଏଥିରୁ ବର୍ତ୍ତିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତ ୨୦୨୧ ମସିହା ଅକ୍ଟୋବର ମାସରେ ଜବତ ହୋଇଥିବା କାର୍ଡେଲିୟା କ୍ରୁଜ ଜାହାଜର ଯାଞ୍ଚ ପରେ ସମୀର ସିବିଆଇର ନଜରକୁ ଆସିଥିଲେ । ଡ୍ରଗସ ଜବତ ମାମଲା ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସହିତ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ପରେ ଏନସିବି ପକ୍ଷରୁ ଏକ ସ୍ୱତନ୍ତ୍ର ଯାଞ୍ଚ ଟିମ୍ ଗଠନ କରାଯିବା ପରେ ସମୀରଙ୍କ ନେତୃତ୍ୱାଧୀନ ଟିମର ତ୍ରୁଟି ସାମ୍ନାକୁ ଆସିଥିଲା । ଉକ୍ତ ରିପୋର୍ଟ ଆଧାରରେ ସିବିଆଇ ସମୀରଙ୍କ ବିରୋଧରେ ଜୋରଜବରଦସ୍ତ ଅର୍ଥ ଆଦାୟ ମାମଲା ଦାୟର କରିବା ସହିତ ଆର୍ଯ୍ୟନଙ୍କ ସମେତ ଅନ୍ୟ ୫ ଜଣଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା ।

Get real time updates directly on you device, subscribe now.