ଆଜି ଝାରସୁଗୁଡ଼ା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସହ ବାଣ୍ଟିବେ 50 ହଜାର ଅନ୍ତ୍ୟୋଦୟ ଘର
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।17 ଶହ କୋଟିର ରେଳ ପ୍ରକଳ୍ପ ରାଜ୍ୟବାସୀଙ୍କୁ ଦେବେ ଭେଟି । ଏହସହ 50 ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ଝାରସୁଗୁଡ଼ା: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଝାରସୁଗୁ଼ଡ଼ା ଅମଲିପାଲିରେ ଯୁବ ସମାବେଶକୁ କରିବେ ସମ୍ବୋଧନ । ପୂର୍ବାହ୍ନ ୧୧ଟା ୧୦ ମିନିଟ୍ ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । 17 ଶହ କୋଟିର ରେଳ ପ୍ରକଳ୍ପ ରାଜ୍ୟବାସୀଙ୍କୁ ଦେବେ ଭେଟି । ଏହସହ 50 ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ପ୍ରଧାନମନ୍ତ୍ରୀ ୧୧ଟା ୨୫ରେ ଅମଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାସହ ଯୁବ ସମାବେଶରେ ମଧ୍ୟ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଏକ ଘଣ୍ଟାର କାର୍ଯ୍ୟକ୍ରମ ଭିତରେ ୧୭୦୦ କୋଟି ଟଙ୍କାର ୩ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଲୋକାର୍ପଣ କରିବେ । ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
ବ୍ରହ୍ମପୁରୁରୁ ଗୁଜରାଟର ସୁରଟକୁ ସଂଯୋଗ କରିବ ଅମୃତ ଭାରତ ଏକ୍ସପ୍ରେସ । ମୋଦିଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ଝାରସୁଗୁଡ଼ା । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।
ବିମାନ ବନ୍ଦରରୁ ଅମଲିପାଲି ପଡିଆ ପର୍ଯ୍ୟନ୍ତ ମୁତୟନ ରହିବେ ଫୋର୍ସ । ୨୦୦ରୁ ଅଧିକ ପୋଲିସ ଅଧିକାରୀ, ୩୦ ଜଣ ଡିଏସପି ରାଙ୍କ ଅଧିକାରୀ ଓ ୫ ଜଣ ଏସପି ସୁରକ୍ଷା ଦାୟିତ୍ବରେ ଅଛନ୍ତି । ଗତ ଦୁଇ ଦିନ ଧରି ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାମନ୍ତ୍ରୀମାନେ ପ୍ରସ୍ତୁତି ତଦାରଖ କରିଛନ୍ତି । ପୋଲିସ ଡିଜି ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଦୁଇ ଥର କାରକେଡ୍ ରିହରସାଲ ହୋଇଥିଲା ।