fbpx

ଗୋଆରେ India Energy Week 2024 ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

AAKASH

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଆ ଗସ୍ତ କରିବେ । ସେଠାରେ ଭାରତ ଶକ୍ତି ସପ୍ତାହ ୨୦୧୪(India Energy Week 2024)ର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ୧୩୩୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳରୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୦ଟା ୩୦ରେ ଦକ୍ଷିଣ ଗୋଆର ବେତୁଲ ଗାଁରେ ONGC Sea Survival Centreର ଉଦ୍ଘାଟନ କରିବେ । ଏହା ପରେ ସେ ଭାରତ ଶକ୍ତି ସପ୍ତାହ ୨୦୨୪ର ଶୁଭାରମ୍ଭ କରିବେ । ଏହି ଶକ୍ତି ସପ୍ତାହ, ଭାରତର ସର୍ବବୃହତ ଏବଂ ସର୍ବବ୍ୟାପି ଶକ୍ତି ପ୍ରଦର୍ଶନୀ ଏବଂ ସମ୍ମିଳନୀ ହେବ ଯେଉଁଥିରେ ଦେଶର ପ୍ରାୟ ୧୭ ଜଣ ଶକ୍ତି ମନ୍ତ୍ରୀ ଯୋଗ ଦେବେ ବୋଲି ଆଶା କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏହା ଦେଶର ଏକମାତ୍ର ଶକ୍ତି ପ୍ରଦର୍ଶନୀ ଏବଂ ସମ୍ମିଳନୀ ହେବ ଯାହା ସମଗ୍ର ଶକ୍ତି ମୂଲ୍ୟ ଶୃଙ୍ଖଳାକୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଏହା ସହ ଭାରତର ଏନର୍ଜୀ ଟ୍ରାନ୍ଜିସନ୍ ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବ ।’

ଗୋଆରେ ଫେବୃଆରୀ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଭାରତ ଶକ୍ତି ସପ୍ତାହ ୨୦୧୪ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ୬ଟି ଦେଶ ଯଥା କାନାଡ଼ା, ଜର୍ମାନୀ, ନେଦରଲ୍ୟାଣ୍ଡ, ରୁଷ, ବ୍ରିଟେନ୍ ଏବଂ ଆମେରିକାର ପାଭିଲିୟନ ରହିବ । ଏଥିରେ ୯୦୦ରୁ ଅଧିକ ପ୍ରଦର୍ଶଦନୀକର୍ତ୍ତାମାନେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ୧୩୩୦ରୁ ଉଦ୍ଧ୍ୱର୍ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ । ଏହା ସହ NITର ସ୍ଥାୟୀ ପରିସର ଉଦ୍ଘାଟନ ସହ ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାର ନୂତନ ପରିସର ଲୋକାର୍ପଣ କରିବେ ।

Get real time updates directly on you device, subscribe now.