fbpx
BSKY
BJD YOUTH SKY
BJD MS SKY

FD ରେଟ୍ ବୃଦ୍ଧି ଘୋଷଣା: ବ୍ୟାଙ୍କ ଗ୍ରାହକଙ୍କୁ ମିଳିବ ୯.୫ ପ୍ରତିଶତ ସୁଧ

ନୂଆଦିଲ୍ଲୀ: ଯଦି ଆପଣମାନେ ଅଧିକ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ତେବେ ଏନେଇ ଆସିଛି ଏକ ବଡ଼ ସୁଯୋଗ । ଆପଣମାନେ ବ୍ୟାଙ୍କରେ ସ୍ଥାୟୀ ଜମା (ଏଫଡି) କରି ହାଇ ରିଟର୍ଣ୍ଣ ପାଇ ପାରିବେ । ନିକଟରେ କିଛି ବ୍ୟାଙ୍କ ଏଫଡି ରେଟରେ ବୃଦ୍ଧି ଘୋଷଣା କରିଛନ୍ତି । ଏହାଫଳରେ ଗ୍ରାହକମାନେ ଏଣିକି ଏଫଡିରେ ନିବେଶ କରି ୯.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ ।

ସୂଚନା ମୁତାବକ, ନିକଟରେ ଏଚଡିଏଫସି ବ୍ୟାଙ୍କ ନିଜର ଏଫଡି ଦରରେ ବୃଦ୍ଧି ଘୋଷଣା କରିଛି । ଏଥିସହିତ ୟୁିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ମଧ୍ୟ ୯.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଅଫର କରୁଛି । ଏପରି ସ୍ଥିତିରେ ଗ୍ରାହକମାନେ ଏଫଡିରେ ନିବେଶ କରି ମହଙ୍ଗା ମାଡ଼ରୁ ମୁକ୍ତି ପାଇ ପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟରେ ବୃଦ୍ଧି କରିବା ପରେ କିଛି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏଫଡି ଦର ବୃଦ୍ଧି କରିଥିଲେ ।

ଏଚଡିଏଫସି ବ୍ୟାଙ୍କ ୨ରୁ ୫ କୋଟିର ଏଫଡି ଉପରେ ସୁଧ ହାର ବୃଦ୍ଧି କରିଛି । ୧ ବର୍ଷରୁ ୧୫ ମାସର ଏଫଡି ଉପରେ ବ୍ୟାଙ୍କ ୭.୪ ପ୍ରତିଶତ ସୁଧ ଦେଉଥିବା ବେଳେ ଏହି ଅବଧିରେ ବରିଷ୍ଠ ନାଗରିକଙ୍କୁ ୭.୯ ପ୍ରତିଶତ ସୁଧ ମିଳୁଛି । ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ୧୦୦୧ ଦିନିଆ ଏଫଡିରେ ବରିଷ୍ଠ ନାଗରିକଙ୍କୁ ୯.୫ ପ୍ରତିଶତ ସୁଧ ଦେଉଥିବା ବେଳେ ୬ ମାସିଆ ଏଫଡି ଉପରେ ୯.୨୫ ପ୍ରତିଶତ ସୁଧ ଦେଉଛି । ୭୦୧ ଦିନିଆ ଏଫଡିରେ ବ୍ୟାଙ୍କ ୯.୪୫ ପ୍ରତିଶତ ସୁଧ ଦେଉଛି । ସେହିପରି ୪୪୪ ଦିନିଆ ଏଫଡି ଉପରେ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ୮.୧୦ ପ୍ରତିଶତ ସୁଧ ଦେଉଥିବା ବେଳେ କରୁର ବୈଶ୍ୟ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୮ ପ୍ରତିଶତ ସୁଧ ପ୍ରଦାନ କରୁଛ । ୩୦୦ ଦିନିଆ ଏଫଡି ଉପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୭.୭୫ ପ୍ରତିଶତ ସୁଧ ଦେଉଥିବା ବେଳେ ୩୦୦ ଦିନିଆ ଉପରେ ୭.୮୫ ପ୍ରତିଶତ ସୁଧ ଦେଉଛି ।

Get real time updates directly on you device, subscribe now.