fbpx

କ୍ୟାନ୍ସର ରୋଗୀଙ୍କର ବଞ୍ଚିପାରିବ ଜୀବନ ! AIIMS-IIT ରିପୋର୍ଟରେ ବଡ ଦାବି, କୁହାଯାଇଛି ମୃତ୍ୟୁର କାରଣ

ନୂଆଦିଲ୍ଲୀ: ଦେଶର ୭୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ କ୍ୟାନ୍ସରରେ କେବଳ ଏହି ଯୋଗୁଁ ହେଉଛି, କାରଣ ସେମାନେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରୁନାହାଁନ୍ତି । ଯଦି ରୋଗୀମାନେ ଡାକ୍ତରଖାନାରେ ପହଞ୍ଚିଯାଆନ୍ତି, ସେତେବେଳକୁ କ୍ୟାନ୍ସର ଥାର୍ଡ ଷ୍ଟେଜକୁ ଆସିଯାଇଥାଏ ।

ଏମ୍ସ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯଦି ଲୋକମାନେ ଡାକ୍ତରଖାନାରେ ଠିକ୍ ସମୟରେ ପହଞ୍ଚନ୍ତି, ତେବେ ୭୦ ପ୍ରତିଶତ କ୍ୟାନ୍ସର ରୋଗୀଙ୍କ ଜୀବନ ବଞ୍ଚିପାରନ୍ତା ।କ୍ୟାନ୍ସର ରୋଗର ଉନ୍ନତ ଚିକିତ୍ସା ପାଇଁ ଏମ୍ସର କ୍ୟାନ୍ସର ବିଭାଗ ଆଇଆଇଟି ସହିତ କାମ କରୁଛି, ଯାହା ଦ୍ୱାରା ଏଆଇ ଟେକ୍ନୋଲୋଜି ମାଧ୍ୟମରେ କ୍ୟାନ୍ସର ରୋଗକୁ ଭଲ ଉପାୟରେ ଚିକିତ୍ସା କରାଯାଇପାରିବ ।

ବାୟୋମେଟ୍ରିକ୍ ଫିଙ୍ଗର ପ୍ରିଣ୍ଟ ହେଉଛି ରୋଗର ଘର :-

ଏଥି ସହିତ ବାୟୋମେଟ୍ରିକ୍ ଫିଙ୍ଗର ପ୍ରିଣ୍ଟ ବିଷୟରେ ଆଇବିଆରଆଇର ଅଧ୍ୟୟନରେ ଏକ ବଡ଼ ଖୁଲାସା ହୋଇଛି । ଅଧ୍ୟୟନରେ, ଏହି ଯନ୍ତ୍ରରେ ୨୩ ପ୍ରଜାତିର ୫୮ ପ୍ରକାରର ଜୀବାଣୁ ମିଳିଥିଲା ଯାହା ଦିନକୁ ହଜାର ହଜାର ଆଙ୍ଗୁଠି ସ୍କାନ୍ କରିଥାଏ । ଏଥିମଧ୍ୟରୁ ୪୨ ଟି ଏପରି ଜୀବାଣୁ ଅଛନ୍ତି ଯେଉଁଥିରେ ଆଣ୍ଟି-ବାୟୋଟିକ୍ ମେଡିସିନ୍ ମଧ୍ୟ ପ୍ରଭାବହୀନ । ଏହି ଜୀବାଣୁ ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଦିଏ ଏବଂ ପରେ ବିଭିନ୍ନ ରୋଗ ସେମାନଙ୍କୁ ଘେରି ରହିଥାଏ । ପେଟ ଜନିତ ସମସ୍ୟା ସହିତ କ୍ୟାନ୍ସର ଭଳି ରୋଗ ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ । ସୁପରବଗ୍ ର ଆଶଙ୍କା ବଢ଼ିଯାଏ ।

Get real time updates directly on you device, subscribe now.