fbpx

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ: ୧୦ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱ ପାଇଁ ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍୍ ଭାବେ ଉଭା ହୋଇଛି । କେବଳ ଭାରତରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ଆତଙ୍କବାଦୀଙ୍କ ବିଭିନ୍ନ ସଂଗଠନ ସକ୍ରିୟ ରହିବା ସହ ସେମାନେ ସରକାରୀ ସୁରକ୍ଷା କର୍ମଙ୍କ ଉପରେ ଯୋଜନା କରି ଆକ୍ରମଣ କରୁଛନ୍ତି । ଭାରତରେ ବିଗତ ଦିନରେ ଏପରି ଶତାଧିକ ସୁରକ୍ଷା କର୍ମୀ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଏବେ ନିଜ ଜାଲରେ ନିଜେ ପଡ଼ିଛି । ପୂର୍ବରୁ ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାକିସ୍ତାନର ସମ୍ପୃକ୍ତି ରହିଥିବା ପ୍ରମାଣ ମିଳିସାରିଛି । ତେବେ ଏହା ମଧ୍ୟରେ ପାକିସ୍ତାନରେ ଏକ ବଡ଼ଧରଣର ଆତଙ୍କବାଦ ଆକ୍ରମଣରେ ୧୦ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି ।

ଆସନ୍ତା ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ତା’ ପୂର୍ବରୁ ଏହି କାଣ୍ଡ ଘଟିଥିବା ଜଣାପଡ଼ିଛି । ଖୈବର ପଖତୁନକ୍ୱା ପ୍ରଦେଶରେ ସକାଳ ସମୟରେ ଗ୍ରେନେଡ୍ ମାଡ଼ରେ ଏହି ସମସ୍ତ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା । ଆତଙ୍କବାଦୀମାନେ ଚାରିପଟୁ ଥାନାକୁ ଘେରି ଗ୍ରେନେଡ୍ ବିଛାଇଥିଲେ । ଏହାପରେ ଗୁଳିମାଡ଼ କରିଥିଲେ । ତେବେ ପୋଲିସ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା ଓ ପାଖାପାଖି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଚାଲିଥିଲା । ତେବେ ସମସ୍ତ ଆତଙ୍କବାଦୀ ଖସିଯିବାରେ ସଫଳ ହୋଇଥିଲେ । ଡ୍ୟୁଟି ଅବସ୍ଥାରେ ପ୍ରାଣ ହରାଇଥିବା ପୋଲିସ କର୍ମଚାରୀଙ୍କ ପ୍ରାଣବଳୀ ପରେ ଏବେ ସେମାନଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.