fbpx

୧୯୯୭ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଦ୍ୱିପାକ୍ଷୀୟ ଇଜିପ୍ଟ ଯାତ୍ରା, ଅଲ ହକିମ୍ ମସଜିଦ୍ ଯିିବା ସହ ଭାରତୀୟ ସୈନିକଙ୍କୁ ଦେବେ ଶ୍ରଦ୍ଧାଞ୍ଜଳି

Advertisement

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୪ ଦିବସୀୟ ଆମେରିକା ଯାତ୍ରା ଶେଷ କରି ଇଜିପ୍ଟ ରାଜଧାନୀ କାଇରୋ ଯାତ୍ରା କରିଛନ୍ତି । ପ୍ରଧାନମନ୍ତ୍ରୀ ଏଠାକୁ ଦ୍ୱିଦିବସୀୟ ରାଜକୀୟ ଯାତ୍ରାରେ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଇଜିପ୍ଟ ରାଜଧାନୀ କାଇରୋରେ ଏକାଦଶ ଶତାବ୍ଦୀର ଅଲ ହକିମ୍ ମସଜିଦ୍କୁ ମଧ୍ୟ ଦର୍ଶନରେ ଯିବେ । ଇଜିପ୍ଟରେ ରାଷ୍ଟ୍ରପତି ଏଲ୍ ସିସଙ୍କୁ ଭେଟିବା ପୂର୍ବରୁ ସେଠାରେ ମନ୍ତ୍ରୀମାନଙ୍କର ଏକ ସମୂହକୁ ନେଇ ଗଠିତ ଇଣ୍ଡିଆ ୟୁନିଟ୍ ସହିତ ଆଲୋଚନା କରିବେ । ଏହା ବ୍ୟତିତ ପ୍ରଧାନମନ୍ତ୍ରୀ ମୋଦୀ ହେଲିଓପୋଲିସ ଶହୀଦ ସ୍ମାରକ ମଧ୍ୟ ଯାତ୍ରା କରିବେ ଯେଉଁଠି ସେ ପ୍ରଥମ ବିଶ୍ୱଯୁଦ୍ଧରେ ଶହିଦ ହୋଇଥିବା ଭାରତୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ସିସିଙ୍କ ଆମନ୍ତ୍ରଣରେ ଆଜି ସନ୍ଧ୍ୟାରେ କାଇରୋରେ ପହଞ୍ଚିବେ । ୧୯୯୭ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଦ୍ୱିପାକ୍ଷୀୟ ଇଜିପ୍ଟ ଯାତ୍ରା । ଏଠାରେ ଆପଣଙ୍କୁ ସୂଚାଇ ଦିଆଯାଇପାରେ ଯେ, ଗଣତନ୍ତ୍ର ଦିବସ ସମାରୋହରେ ଅବଦେଲ ଫତେହ ସିସି ଆମର ମୁଖ୍ୟ ଅତିଥି ଥିଲେ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟକୁ ରାଜକୀୟ ଯାତ୍ରା ଲାଗି ଆମନ୍ତ୍ରଣ କରିଥିଲେ ।

Get real time updates directly on you device, subscribe now.