fbpx

ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାପ୍ରଭୁଙ୍କୁ ଦର୍ଶନ କରି ଆରମ୍ଭ କରିବେ ରୋଡ୍ ସୋ

ପୁରୀ: ରବିବାର ସଂଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ରାତି ରହଣୀ ପରେ ଆଜି ପୁରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ବଡ଼ଦାଣ୍ଡରେ ରୋଡ୍ ସୋ କରିବେ । ମୋଦୀଙ୍କ ସହ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଅଛନ୍ତି ।

ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୁରୀରେ ଅବତରଣ କରିଛନ୍ତି । ସେ ତାଳବଣିଆ ହେଲିପ୍ୟାଡରୁ ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ତେବେ ମହାପ୍ରଭୁଙ୍କୁ ଦର୍ଶନ କରିବାପରେ ସକାଳ ୮ଟାରେ ପ୍ରଧାନମନ୍ତ୍ରୀଙ୍କର ରୋଡ ସୋ କାର୍ଯ୍ୟକ୍ରମ ଆରମ୍ଭ କରିବେ । ଟ୍ରାଫିକ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ୧୮୪ ପୋଲିସ ଅଧିକାରୀ ଓ ୬୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

Get real time updates directly on you device, subscribe now.