fbpx
BSKY SKY
BSKY SKY

ଭାରତର ୧୫ଟି ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍: ପ୍ରଧାନମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ

BSKY

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ଭାରିଆଣ୍ଟ ଲଗାତାର ଭାବେ ବଢ଼ି ଚାଲିଛି । ଏହାକୁ ନେଇ ବିପଦ ବଢ଼ୁଥିବା ବେଳେ ଆଜି ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ ଓମିକ୍ରନ୍ ସ୍ଥିତି ଓ କରୋନା ସଂକ୍ରମଣକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୋଦୀ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଜିନୋମ ସିକ୍ୱେନ୍ସିଂ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୨୧୬ ମାମଲା ଚିହ୍ନଟ ହୋଇଛି । ଦିଲ୍ଲୀରୁ ୫୭ଟି ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ୬୫, ତେଲେଙ୍ଗାନାରୁ ୨୪, କର୍ଣ୍ଣାଟକରୁ ୧୯, ରାଜସ୍ଥାନରୁ ୧୮, କେରଳରୁ ୯, ଗୁଜରାଟରୁ ୨୩,ହରିୟାଣାରୁ ଗୋଟିଏ ଓମିକ୍ରନ ପଜିଟିଭ ମାମଲା ସାମ୍ନାକୁ ଆସିଛି ।

କରୋନା ୩ ଗୁଣ ବ୍ୟାପୁଛି ଓ ଏଥିପାଇଁ ସାବଧାନ୍ ରହିବା ଜରୁରୀ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳ ଚେତାବନୀ ଦେଇଛି । ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଆସିୁଛି । ଯଦିଓ ସେଲିବ୍ରେସନ୍ ଉପରେ ବିଭିନ୍ନ ରାଜ୍ୟ କଟକଣା ଲଗାଇଛନ୍ତି ତଥାପି ସଂକ୍ରମଣ ବଢିବା ଆଶଙ୍କା ରହିଛି । ତାପୂର୍ବରୁ ଆଜି ଦେଶରେ ଓମିକ୍ରନ୍ ସ୍ଥିତି ଓ କରୋନା ସଂକ୍ରମଣକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ ଓମିକ୍ରନକୁ ନେଇ ରାଜ୍ୟରେ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇପାରେ ।

Get real time updates directly on you device, subscribe now.