fbpx
BJD
BJD SKY
BJD SKY

ନବୋଦୟ ସ୍କୁଲରେ କରୋନା ବିସ୍ଫୋରଣ: ୨୯ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍

କୋଲକାତା: ପୁଣିଥରେ ଦେଶକୁ କୋଭିଡ୍ ର ଭୟାବହ ପରିସ୍ଥିତି ଦେଖାଦେବା ଆରମ୍ଭ ହୋଇଛି । କୋଭିଡ୍ ଭାଇରସ୍ ର ଡେଲଟା ଭାରିଆଣ୍ଟ ଯୋଗୁଁ ସ୍ଥିତି ଜଟିଳ ହେବା ପରେ ଏବେ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସବୁଠି ଭୟର ବାତାବରଣ ଦେଖିବାକୁ ମିଳିଛି । ତେବେ ଏହି ଭାରିଆଣ୍ଟ ଯୋଗୁଁ ଦେଶକୁ ତୃତୀୟ ଲହର ଆସିପାରେ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ । ଅନ୍ୟପଟେ ପିଲାଙ୍କ ଠାରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ନବୋଦୟ ସ୍କୁଲରେ ୨୯ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏକାବେଳକେ ୨୯ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ନାଦିଆ ଜିଲ୍ଲାର ନବୋଦୟ କେନ୍ଦ୍ରୀୟ ବିଦ୍ୟାଳୟରେ ଏହି ସଂକ୍ରମିତ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କର କୋଭିଡ୍ ଟେଷ୍ଟ କରାଯାଉଛି ।

Get real time updates directly on you device, subscribe now.