fbpx
BSKY
BJD YOUTH SKY
BJD MS SKY

ଏଣିକି ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କୁ ମିଳିବ କମ୍ବଳ, ଟୁଥ୍ ପେଷ୍ଟ ସହିତ ମାସ୍କ ଓ ସାନିଟାଇଜର

ନୂଆଦିଲ୍ଲୀ: ପ୍ରବଳ ଥଣ୍ଡା ଯୋଗୁଁ ଟ୍ରେନରେ ଯାତ୍ରା କରିବା କଷ୍ଟଦାୟକ ହୋଇପଡିଛି । ଅନ୍ୟପଟେ କରୋନା ସଂକ୍ରମଣ ପରେ ଟ୍ରେନରେ କମ୍ବଳ ତକିଆ ମିଳିବା ବନ୍ଦ ‌ହୋଇଯାଇଥିଲା । ହେଲେ ବର୍ତ୍ତମାନ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ରେଳବାଇ ଏକ କିଟ୍ ସୁବିଧା ମଧ୍ୟ ଆରମ୍ଭ କରିଛି । ରେଳବାଇ ପକ୍ଷରୁ ଖୁବ ଶୀଘ୍ର ଡିସପୋଜେବଲ୍ ବେଡ‌ରୋଲ କିଟ୍ ଯୋଗାଇବା ଆରମ୍ଭ କରିବ । ଏହି କିଟରେ ଅନେକ ଜିନିଷ ମିଳିବ । ଏଥିରେ କମ୍ବଳ ସହିତ ଟୁଥ୍ ପେଷ୍ଟ ଏବଂ ମାସ୍କ ଭଳି ଜିନିଷ ମଧ୍ୟ ଉପଲବ୍ଧ ହେବ ।

ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଯାତ୍ରୀମାନଙ୍କୁ ଏହି ବିଶେଷ ସେବା ଅଧୀନରେ ଡିସପୋଜେବଲ୍ ବେଡ‌ରୋଲ ମିଳିବ । ଏହି ସୁବିଧା ଦୂର ଦୂରାନ୍ତର ଯାତ୍ରୀମାନଙ୍କୁ ମଧ୍ୟ ଦିଆଯାଉଛି । ବର୍ତ୍ତମାନ ଏହି ସୁବିଧା କେବଳ କିଛି ବଛାବଛା ଟ୍ରେନରେ ଉପଲବ୍ଧ ହେବ । ଏଥିମଧ୍ୟରେ ମୁମ୍ବାଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ମୁମ୍ବାଇ-ଦିଲ୍ଲୀ ଅଗଷ୍ଟ କ୍ରାନ୍ତି ରାଜଧାନୀ ଏକ୍ସପ୍ରେସ, ଗୋଲଡେନ ଟେମ୍ପଲ ମେଲ ଏବଂ ପଶ୍ଚିମ ଏକ୍ସପ୍ରେସ ଭଳି ଟ୍ରେନ ଅନ୍ତର୍ଭୁକ୍ତ ରହିଛି। ରେଳବାଇର ଏହି ବିଶେଷ ସୁବିଧା ପାଇଁ ଯାତ୍ରୀମାନଙ୍କୁ ୧୫୦ ଟଙ୍କା ଦେବାକୁ ପଡିବ ।

ଡିସପୋଜେବଲ୍ ବେଡ୍ରୋଲ୍ କିଟ୍ ଏବଂ ଏଥିରେ ମିଳୁଥିବା ସାମଗ୍ରୀର ମୂଲ୍ୟ ରେଳବାଇର ବିଭିନ୍ନ ଜୋନାର ଭିନ୍ନ ରହିଛି। କିଟ୍‌ରେ ଟୁଥପେଷ୍ଟ ଏବଂ ସାନିଟାଇଜର ମଧ୍ୟ ଦିଆଯାଉଛି । କିଛି ସ୍ଥାନରେ କେବଳ କମ୍ବଳ, ତକିଆ ଏବଂ ଚାଦର ବି ଦିଆଯାଉଛି ।

Get real time updates directly on you device, subscribe now.