fbpx

କୋଭିଡ୍ ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ଟିକାକରଣକୁ ଦେଲେ ଗୁରୁତ୍ୱ

Advertisement

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଗୃହ ମନ୍ତ୍ରୀ, ଗୃହ ସଚିବ, କ୍ୟାବିନେଟ୍ ସଚିବ ସହ ଅନେକ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓମିକ୍ରନ ଭ୍ୟାରିଆଣ୍ଟର ବଢ଼ୁଥିବା ସଂକ୍ରମଣ ଉପରେ ବିଶେଷ ଦୃଷ୍ଟି ଦେବା ସହ ଟିକାକରଣ ଉପରେ ବିଶେଷ ଧ୍ୟାନ ଦେବାକୁ ଗୁରୁତ୍ୱ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଦେଶରେ କରୋନାର ସ୍ଥିତି, ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି, ପରିବହନ ଉପରେ କରାଯାଉଥିବା ପ୍ରସ୍ତୁତି, ଟିକାକରଣ ଅଭିଯାନର ସ୍ଥିତି ଏବଂ ନୂଆ କୋଭିଡ୍ ଭାରିଆଣ୍ଟର ଆକଳନ କରିବା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ବୈଠକରେ ସ୍ୱାସ୍ଥ୍ୟା ସଚିବ ବିଶ୍ୱରେ କରୋନାର ସ୍ଥିତି ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରି୍ଥିଲେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ସମୀକ୍ଷା ବୈଠକରେ ନରେନ୍ଦ୍ର ମୋଦି ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟା ଭିତ୍ତିଭୂମି ସୁନିଶ୍ଚିତ କରିବା ଉପରେ ଜୋର ଦେଇଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ମିଶନ ମୋଡରେ କିଶୋରଙ୍କ ଟିକାକରଣ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ଆକ୍ରାନ୍ତ ଚିହ୍ନଟ ସ୍ଥାନକୁ କଣ୍ଟେନମେଣ୍ଟ, ସର୍ଭେଲାନ୍ସ କରିବାକୁ ନିର୍ଦ୍ଦେଶ । ଅଣ କୋଭିଡ ସ୍ୱାସ୍ଥ୍ୟ ସେବା ମଧ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ।

Get real time updates directly on you device, subscribe now.