fbpx

ସିଙ୍ଗାପୁରକୁ ପ୍ରଧାନମନ୍ତ୍ରୀଙ୍କ ପଞ୍ଚମ ଗସ୍ତ, ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ:  ବ୍ରୁନେଇ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସିଙ୍ଗାପୁରରେ ପହଞ୍ଚିଛନ୍ତି । ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଂଙ୍କ ନିମନ୍ତ୍ରଣକ୍ରମେ ମୋଦିଙ୍କ ଏହି ସିଙ୍ଗାପୁର ଗସ୍ତ । ଏହା ମୋଦିଙ୍କ ୫ମ ସିଙ୍ଗାପୁର ଗସ୍ତ । ଏହି ଗସ୍ତ କାଳରେ ଗୁରୁବାର ସେଠାକାର ସଂସଦରେ ପିଏମଙ୍କୁ ଆଧିକାରିକ ସ୍ୱାଗତ କରାଯିବ ଓ ସେ ରାଷ୍ଟ୍ରପତି ଥର୍ମନ ଶାନମୁଗୁରାତନାମଙ୍କୁ ସେଠାରେ ଭେଟିବେ ।

ମୋଦିଙ୍କ ତୃତୀୟ ପାଳିରେ ସେଠାକାର ପ୍ରଧାନମନ୍ତ୍ରୀ ୱଙ୍ଗ ଶାସନ ଭାର ନେବା ପରର ପ୍ରଥମ ଗସ୍ତ । ସିଙ୍ଗାପୁର ଅଭିମୁଖେ ଯାତ୍ରା ପୂର୍ବରୁ ମୋଦି ଏକ୍ସରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି କି, ସିଙ୍ଗାପୁର ସହ ରଣନୀତିଗତ ସହଭାଗିତାକୁ ଆହୁରିବ ଗଭୀର କରିବା ଉପରେ ଆଲୋଚନାକୁ ଆଗେଇ ନେବି । ମୁଖ୍ୟତଃ ନୂଆ ଓ ସହଭାଗିତାପୂର୍ଣ୍ଣ ମାନୁଫେକ୍ଚରିଂ, ଡିଜିଟାଲାଇଜେସନ ଓ ସ୍ଥାୟୀ ବିକାଶକୁ ପ୍ରାଧାନ୍ୟ ଦିଆଯିବ ।

ମୋଦିଙ୍କ ଏହି ଗସ୍ତ କାଳରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ ଓ ଅନ୍ୟ ସରକାରୀ ଅଧିକାରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଯାଇଛନ୍ତି । ଏହି ନେତୃମଣ୍ଡଳୀ ସେଠାକାର ପ୍ରତିପକ୍ଷଙ୍କ ସହ ଇଣ୍ଡିଆ- ସିଙ୍ଗାପୁର ରଣନୀତିଗତ ସହଭାଗିତା ଓ ଆଞ୍ଚଳିକ ତଥା ବୈଶ୍ୱିକ ନେଣଦେଣ ଉପରେ ଆଲୋଚନା କରିବେ ।

ଏହି ଗସ୍ତ କାଳରେ ସେଠାକାର ବହୁ ମନ୍ତ୍ରୀଙ୍କ ସହ ମୋଦିଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ ରହିଛି । ଏଥିସହ ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ମୋଦିଙ୍କୁ ଆତିଥ୍ୟ ପ୍ରଦାନ କରିବାକୁ ଇଛାପ୍ରକାଶ କରିଛନ୍ତି । ଏହି ଅବସରରେ ସେଠାକାର ବ୍ୟବସାୟିକ ନେତୃତ୍ୱଙ୍କୁ ମଧ୍ୟ ଭେଟି ଦୁଇ ଦେଶର ଅର୍ଥନୀତି ତଥା ନିବେଶ ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.