(Video) ପଞ୍ଜାବରେ ଚାଞ୍ଚଲ୍ୟ: ସ୍କୁଲ ଛାତ୍ରକୁ ନିର୍ଦ୍ଦୟ ଭାବେ ପିଟୁଛନ୍ତି ପ୍ରିନ୍ସପାଲ, ବିକଳରେ ପିଲାଟି ଚିତ୍କାର କରୁଛି
ନୂଆଦିଲ୍ଲୀ: ପଞ୍ଜାବରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ରାଜ୍ୟର ଲୁଧିଆନାରେ ଜଣେ ଛାତ୍ରକୁ ତାଙ୍କ ସ୍କୁଲର ପ୍ରିନ୍ସପାଲ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ପିଟିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଛାତ୍ରର ଦୁଇ ହାତ ଓ ଦୁଇ ଗୋଡ଼କୁ ଦୁଇଜଣ ଧରିଥିବା ବେଳେ ପ୍ରିନ୍ସପାଲ ତାଙ୍କୁ ବାଡ଼ିରେ ଜୋରରେ ପିଟି ଚାଲିଥିଲେ । ମାଡ଼ ଖାଉଥିବା ପିଲାଟି ବିକଳରେ ଚିତ୍କାର କରୁଥିବା ଦେଖାଯାଉଛି ।
ସୂଚନା ମୁତାବକ, ଲୁଧିଆନା ଜିଲ୍ଲାର ମୁସଲିମ କଲୋନୀ ସ୍ଥିତ ଏକ ସରକାରୀ ସ୍କୁଲରୁ ଆସିଛି ଏଭଳି ଏକ ଖବର । ସ୍କୁଲର ଜଣେ ଛାତ୍ରକୁ ପ୍ରିନ୍ସପାର୍ଲ ଥାର୍ଡ ଡିଗ୍ରୀ ଦେବା ସହିତ ନିର୍ଯାତନା ଦେଇଛନ୍ତି । ଜଣେ ଶିକ୍ଷକ ନିଜର ମାନବିକତା ହରାଇ ଏପରି କାର୍ଯ୍ୟ କରିଥିବା ବିଭିନ୍ନ ମହଲରୁ କୁହାଯାଉଛି । ପିଲାଟିର ଦୋଷ ଏତିକି ଥିଲା ଯେ, ସେ ତା’ର ସହପାଠୀକୁ ପେନସିଲରେ ମାରିଥିଲା । ଏହି ଅଭିଯୋଗ ପାଇଁ ପ୍ରିନ୍ସପାଲ ପିଲାଟିକୁ ଏତେବଡ଼ ଦଣ୍ଡଦେବାକୁ ପଛାଇ ନଥିଲେ । ନିହୀହ ପିଲାଟି କେବଳ ବଡ଼ ପାଟିରେ ଚିତ୍କାର କରିବା ଛଡ଼ା ଆଉ କିଛି କରିପାରି ନଥିଲା ।
ବାଲ ବିକାଶ ସ୍କୁଲରେ ଏଲକେଜିରେ ପଢ଼ୁଥିବା ପିଲାଟିକୁ ଦୁଇ ଦିନ ପର୍ଯ୍ୟନ୍ତ ମାଡ଼ ମରାଯାଇଥିବା ତା’ର ଅଭିଭାବକ ଅଭିଯୋଗ କରିଛନ୍ତି । ଏହି ଘଟଣାର ଭିଡିଓକୁ ଗୋଟିଏ ସ୍କୁଲ ଛାତ୍ର ରେକର୍ଡ କରିନେଇଥିଲା । ପିଲାଟି ଘରକୁ ଫେରିବା ସମୟରେ ତା’ର ପାଦ ଲାଲ ହୋଇଯାଇଥିଲା ଓ ସେ ଚାଲିପାରୁନଥିଲା । ତା’ର ଜଙ୍ଘ ଓ ପିଠିରେ ବାଡ଼ିର ମାଡ଼ ଦାଗ ରହିଥିଲା । ଏନେଇ ପୋଲିସରେ ଅଭିଯୋଗ କରିବେ ବୋଲି ପରିବାରବର୍ଗ କହିଛନ୍ତି । ଅନ୍ୟପକ୍ଷରେ ପ୍ରିନ୍ସପାଲ କହିଛନ୍ତି, ମୁଁ ପିଲାଟିକୁ ଏତେ ଜୋରରେ ମାଡ଼ ମାରିନଥିଲି । ପରିବାରବର୍ଗ ଅଯଥାରେ ଏହାକୁ ଏକ ବଡ଼ ପ୍ରସଙ୍ଗ କରୁଛନ୍ତି ।
लुधियाना की मुस्लिम कॉलोनी में बाल विकास स्कूल के प्रिंसिपल ने बेहरहमी से की बच्चे की पिटाई!#Ludhiana #Punjab pic.twitter.com/VJmpum6kAT
— rajni singh (@imrajni_singh) September 21, 2023