fbpx

ମେଡିକାଲ୍‌ରୁ କଏଦୀ ଫେରାର, ହତ୍ୟା ମାମଲାରେ କାଟୁଥିଲା ସଜା

ଭୁବନେଶ୍ୱର: ଜେଲ୍ କର୍ମଚାରୀଙ୍କୁ ଚକ୍‌ମା ଦେଇ ମେଡିକାଲ୍‌ରୁ ଜଣେ କଏଦୀ ଫେରାର ହୋଇଯାଇଛି । ଏପରି ଘଟଣା ଘଟିିଛି ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ଅଞ୍ଚଳରେ ।

ବିଳମ୍ବିତ ରାତିରେ ମେଡିକାଲ୍‌ରୁ ଖସି ପଳାଇ ଯାଇଛି କଏଦୀ ଅର୍ଜୁନ ମୁଣ୍ଡା । ଅପରେସନ ହୋଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲା । ସୁନ୍ଦରଗଡ ଭସ୍ମା ଥାନା ଅଞ୍ଚଳର ଏକ ହତ୍ୟା ମାମଲାରେ ସଜା କାଟୁଥିଲା ଏହି କଏଦୀ । ଫେରାର ନେଇ ଥାନାରେ ଏତଲା ଦେଲେ ଜେଲ୍ କର୍ତ୍ତୃପକ୍ଷ । ଏବେ ଟାଉନ୍ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.