fbpx

ସାବଧାନ ରୁହ, ବଢୁଛି ତାତି… ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି । ରାଜ୍ୟରେ ଅସହ୍ୟ ଗରମ ଏବଂ ତାତିରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି । ତେବେ ଖରା ଓ ତାତି ବଢୁଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ କରାଇଛନ୍ତି ମୁଖ୍ୟ ଶାସନ ସଚିବ । ଅଂଶୁଘାତ ଏବଂ ଡାଇରିଆ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗକ ମଧ୍ୟ ସତର୍କ ରହିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ ବୃଦ୍ଧି ପାଇଛି ତାପମାତ୍ରା । ସକାଳ ୧୦ଟା ସୁଦ୍ଧା କଟକରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । କଟକରେ ଆଜି ଦିନର ତାପମାତ୍ରା ୩୨.୫ ଡିଗ୍ରୀ ଛୁଇଁଛି । ଏହାବ୍ୟତୀତ ବାଲେଶ୍ୱରରେ ୩୨ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୩୧ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ଚାନ୍ଦବାଲିରେ ତାପମାତ୍ରା ୩୦.୮ ଡିଗ୍ରୀ ରହିଛି ଏବଂ ପୁରୀ-ପାରାଦୀପରେ ୩୦.୪ ତାପମାତ୍ରା ରେକର୍ଡ ହୋଇଛି ।

Get real time updates directly on you device, subscribe now.