fbpx

(Video): ଆମେରିକାରେ ଗୁଞ୍ଜରିତ ହେଲା ‘ଅବକି ବାର୍ ୪୦୦ ପାର୍‌’, ମୋଦୀଙ୍କ ସମର୍ଥନରେ ଶିଖ୍‌ଙ୍କ କାର ରାଲି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ଭାରତରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ମଧ୍ୟରେ ଦଳବଦଳ ପ୍ରକ୍ରିୟା ଜାରି ରହିଛି । ତେବେ ଭାରତୀୟ ରାଜନୀତିର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି । ବିଜେପିକୁ ସମର୍ଥନ କରି ଆମେରିକାରେ ଶିଖ୍ ସମ୍ପ୍ରଦାୟ ପକ୍ଷରୁ ଏକ ରାଲିର ଆୟୋଜନ କରାଯାଇଛି ।

ଆମେରିକା ସ୍ଥିତ ମେରିଲ୍ୟାଣ୍ଡରେ ଶିଖ୍ ସମ୍ପ୍ରଦାୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୩୧ରେ ଏକ କାର ରାଲିର ଆୟୋଜନ କରିଥିଲେ । ଏହି ରାଲିରେ ସାମିଲ ଥିବା ଗାଡ଼ିରେ ବିଜେପିର ଧ୍ୱଜ ଏବଂ ଆମେରିକାର ଜାତୀୟ ପତାକା ଲଗାଯାଇଥିଲା । ଏହା ସହ ବିଜେପିର ‘ଅବକି ବାର୍ ୪୦୦ ପାର୍‌’ ଏବଂ ‘ତୀସରୀ ବାର୍ ମୋଦୀ ସରକାର’ ଭଳି ସ୍ଲୋଗାନ ଗାଡ଼ିରେ ପ୍ରଦର୍ଶିତ ହୋଇଥିଲା । ଏନେଇ ଏଏନ୍‌ଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

 

Get real time updates directly on you device, subscribe now.