fbpx

ଏପ୍ରିଲ ୧କୁ କାହିଁକି କୁହାଯାଏ ବୋକାଙ୍କ ଦିନ, ଏହା ପଛରେ କ’ଣ ରହିଛି ଇତିହାସ ଆସନ୍ତୁ ଜାଣିବା

ଓଡ଼ିଶା ଭାସ୍କର: ୧ଏପ୍ରିଲର ଅପେକ୍ଷା ସମସ୍ତଙ୍କୁ ରହିଥାଏ । ଓଡ଼ିଶାରେ ଏହି ଦିନକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ କାରଣ ଏହିଦିନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା । ତେବେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହା ପଛରେ ଭିନ୍ନ ଭିନ୍ନ ଅର୍ଥ ରହିଛି । ଏହିଦିନ ସମସ୍ତେ ପରସ୍ପରକୁ ବୋକା ବନାଇ ଥାନ୍ତି । ତେବେ ଏହି ଏପ୍ରିଲ ଫୁଲ୍ କରିବାର ପରମ୍ପରା କେବେଠାରୁ ଓ କିପରି ହେଲା ସେ ବିଷୟରେ ଆସନ୍ତୁ ଜାଣିବା ।

ଏପ୍ରିଲ ମାସର ପ୍ରଥମ ଦିନରେ ପ୍ରତିବର୍ଷ ଏପ୍ରିଲ ଫୁଲ୍ ଡେ’ ପାଳନ କରାଯାଇଥାଏ । ଏହିଦିନ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ପରସ୍ପରକୁ ବୋକା ବନାଇଥାନ୍ତି । ତେବେ ଏହିଦିନର କାହାଣୀ ୧୩୮୧ରୁ ଆରମ୍ଭ ହୋଇଥିଲା । ଏକଦା ଇଂଲଣ୍ଡର ରାଜା ରିଚାର୍ଡ ଦ୍ୱିତୀୟ ଓ ବୋହେମିଆ ରାଣୀ ଆନି ପରସ୍ପର ସହ ଏନଗେଜମେଣ୍ଟ ପାଇଁ ଘୋଷଣା କରିଦେଲେ । ଏହି ଏନଗେଜମେଣ୍ଟ ତାରିଖ ୩୨ ମାର୍ଚ୍ଚ ରଖାଯାଇଥିଲା । ତେବେ ଏନଗେଜମେଣ୍ଟକୁ ନେଇ ଚାରିଆଡେ ଖୁସିର ବାତାବରଣ ଖେଳିଯାଇଥିଲା । ସାଜସଜ୍ଜା, ନୂଆ ପୋଷାକ ଆଦି କିଣିବାରେ ସମସ୍ତେ ବ୍ୟସ୍ତ ଥିବା ବେଳେ ଅଚାନକ ଲୋକମାନଙ୍କ ମୁଣ୍ଡରେ ପଶିଲା କି ୩୨ ମାର୍ଚ୍ଚ ତ କ୍ୟାଲେଣ୍ଡରରେ କୌଣସି ତାରିଖ ନାହିଁ । ଏହାପରେ ସମସ୍ତେ ଜାଣି ପାରିଲେ କି ସମସ୍ତଙ୍କୁ ବୋକା ବନାଯାଇଛି ।

କେବଳ ଏହି ଗୋଟିଏ କଥା ନୁହେଁ ଏପ୍ରିଲ ଫୁଲ୍‌କୁ ନେଇ ଆହୁରି ବହୁ କାହାଣୀ ମଧ୍ୟ ରହିଛି । ସେଥିମଧ୍ୟରୁ ଏକ କାହାଣୀ ଫ୍ରାନ୍ସର କ୍ୟାଲେଣ୍ଡରକୁ ନେଇ ପ୍ରଚଳିତ । ୧୫୮୨ରେ ଚାର୍ଲସ୍ ପୋପ୍ ଗ୍ରେଗୋରିଆନର ପୁରୁଣା କ୍ୟାଲେଣ୍ଡରକୁ ବଦଳାଇ ତା’ ସ୍ଥାନରେ ଏକ ନୂଆ କ୍ୟାଲେଣ୍ଡର ଜୁଲିୟନ କ୍ୟାଲେଣ୍ଡର ଲଞ୍ଚ କରିଥିଲେ । ଜୁଲିୟନ କ୍ୟାଲେଣ୍ଡରରେ ନୂଆ ବର୍ଷ ଏପ୍ରିଲ ୧ରୁ ଆରମ୍ଭ ହେଉଥିଲା । କିନ୍ତୁ ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ନୂଆ ବର୍ଷ ଜାନୁୟାରୀ ୧ରେ ଆରମ୍ଭ ହେଉଥିଲା । ଏହି ପରିବର୍ତ୍ତନକୁ କିନ୍ତୁ ଲୋକମାନେ ବର୍ଷ ବର୍ଷ ଧରି ଆପଣାଇ ପାରିଲେ ନାହିଁ । ଅପରପକ୍ଷେ ଏପ୍ରିଲ ୧ରେ ଯେଉଁମାନେ ନୂଆ ବର୍ଷ ମନାଉଥିଲେ ତାଙ୍କୁ ସମସ୍ତେ ବୋକା ବୋଲି କହୁଥିଲେ । ଏହି କାରଣରୁ ଏପ୍ରିଲ ଫୁଲ୍ ପରମ୍ପରା ଆରମ୍ଭ ହୋଇଯାଇଛି ।

ତେବେ ଆମ ଦେଶରେ କିଛି ରିପୋର୍ଟ ଅନୁସାରେ ଉନବିଂଶ ଶତାବ୍ଦୀରେ ଇଂରେଜମାନେ ଏହିଦିନକୁ ଏପ୍ରିଲ ଫୁଲ୍ ଦିବସ ଭାବରେ ମନାଇବା ଆରମ୍ଭ କରିଥିଲେ । ତେବେ ଗତ କିଛି ମାସ ହେବ ଏହାକୁ ମନାଇବାକୁ ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ବଢିଯାଇଛି । ସୋସିଆଲ ମିଡିଆରେ ମଧ୍ୟ ଏହାସହ ଜଡିତ ମିମ୍ସ ଓ ଜୋକ୍ସ ଜୋରଦାର ଭାଇରାଲ୍ ହୋଇଥାଏ ।

Get real time updates directly on you device, subscribe now.